Home Breaking News / ତାଜା ଖବର ବଡ଼ମ୍ବାର ମାଣିଆବନ୍ଧ , ଖୁଣ୍ଟୁକଟା ଓ ବଡ଼ବାରସିଂହରେ ବିଧାୟକଙ୍କ ଦ୍ଵାରା ସ୍ମାର୍ଟ ସ୍କୁଲ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ ଓ ସାଧାରଣ ସଭା

ବଡ଼ମ୍ବାର ମାଣିଆବନ୍ଧ , ଖୁଣ୍ଟୁକଟା ଓ ବଡ଼ବାରସିଂହରେ ବିଧାୟକଙ୍କ ଦ୍ଵାରା ସ୍ମାର୍ଟ ସ୍କୁଲ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ ଓ ସାଧାରଣ ସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡ଼ମ୍ବାର ମାଣିଆବନ୍ଧ, ଖୁଣ୍ଟୁକଟା ଓ ବଡ଼ବାରସିଂହ ୩ଟି ଗ୍ରାମ ପଞ୍ଚାୟତ ରେ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ସହ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ଦ୍ଵାରା ଉଦଘାଟନୀ ଅନୁଷ୍ଠିତ ହୋଇଯାଇଛି ।

ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି ଉନ୍ନତୀକରଣର ଶୁଭାରମ୍ଭ ବିଧାୟକ ଙ୍କ ଦ୍ଵାରା ହୋଇ ଛାତ୍ର ଛାତ୍ରୀ ଅଭିଭାବକଙ୍କ ସହ ଏକ ମତବିନିମୟ ସଭାରେ ବିଧାୟକ ଶ୍ରୀ ମିଶ୍ର , ବ୍ଲକ ଉପାଧ୍ୟକ୍ଷ, ଶ୍ରୀ ସଦାନନ୍ଦ ସ୍ୱାଇଁ, ସମାଜସେବୀ, ଶ୍ରୀ ରବୀନ୍ଦ୍ର ସାହୁ, ମୋ ସ୍କୁଲ ଅଭିଯାନର ଶ୍ରୀ ସୁଦାମ ସୋଲେମୋନ ଗୋଛି, ସ୍ଥାନୀୟ ଜନ ପ୍ରତିନିଧି ସର୍ବଶ୍ରୀ ପ୍ରଶାନ୍ତ ଦେବତା, ଲଷ୍ମୀଧର ପଣ୍ଡା, ବୁଦ୍ଧ ସଂଘ ସଭାପତି ଶ୍ରୀ ଅରକ୍ଷିତ ଦେବତା, ସ୍କୁଲ କମିଟି ସଭାପତି ଶ୍ରୀ ନାରାୟଣ ପତି, ଅବିଭକ୍ତ ମାଣିଆବନ୍ଧ ଗ୍ରାମ୍ୟ କମିଟିର ସଦସ୍ୟ ପ୍ରସନ୍ନ ଶତପଥୀ, ପ୍ରଧାନ ଶିକ୍ଷକ କାମରାଜ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ କମିଟି ଉପସଭାପତି ଶ୍ରୀ କମରାଜ ସାହୁଙ୍କ ସଂଯୋଜନାରେ ସନ୍ତରାବାଳୀ ସରପଞ୍ଚ, ଶ୍ରୀ ଗୋବିନ୍ଦ ମହାପାତ୍ର, ଶ୍ରୀମତୀ ସବିତା ସାହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏହାପରେ ଖୁଣ୍ଟୁକଟାରେ ବିପୁଳ ଉତ୍ସାହ ଉଦ୍ଦୀପନା ରେ ଶନି ମଣ୍ଡପ ସାହିର, ନୂଆସହିର, ମହିଳା ଗୋଷ୍ଠୀ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ଗୃହ ପ୍ରଭୃତିରେ ଖୁଣ୍ଟୁକଟା ଓ ହରିପୁରରେ ଉଦଘାଟନୀ ସହ ଖୁଣ୍ଟୁକଟା ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ରୂପାନ୍ତରିକରଣ ଶୁଭାରମ୍ଭ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ, ଉପାଧ୍ୟକ୍ଷ, ବିଦ୍ୟାଳୟ କମିଟି, ସ୍ଥାନୀୟ ଜନ ପ୍ରତିନିଧି ଯୋଗଦାନରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଉତ୍ସାହ ଉଦ୍ଦୀପନା ରେ ଗ୍ରାମବାସୀ, ମହିଲା ଓ ଯୁବଗୋଷ୍ଠୀ ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ସଭା ସ୍ଥଳକୁ ନେଇଥିଲେ । ଶିକ୍ଷାବିତ କବିରାଜ ସାହୁ , ପୂର୍ବ ସରପଞ୍ଚ ଶ୍ରୀ ଆର୍ତ୍ତ ପ୍ରଧାନ, ଶ୍ରୀ ସନ୍ତୋଷ ଧଳ, ଯୁବସଙ୍ଘର କର୍ମକର୍ତ୍ତା , ମହିଳା ଫେଡରେସନର ସଭାନେତ୍ରୀ କିରଣ ପ୍ରଭା ଆଚାର୍ଯ୍ୟ , ଅଧ୍ୟକ୍ଷା , ଉପାଧ୍ୟକ୍ଷ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଧାୟକ ଶ୍ରୀ ମିଶ୍ର ପ୍ରତୀକାତ୍ମକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହିତ ଉଦବୋଧନ ଦେଇ ଖୁଣ୍ଟୁକଟା ଗ୍ରାମ ପଞ୍ଚାୟତ ର ବିକାଶ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରି ନବୀନ ସରକାରର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଏଥିରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗଦେଇଥିଲେ ।

ଅପରାହ୍ନରେ ବଡ଼ବାରସିଂହ ପଞ୍ଚାୟତରେ ନୂତନ ଉଚ୍ଚ ବିଦ୍ୟାଳୟ, ଉପରସାହି କୋଠଘର, ଅମର ଜ୍ୟୋତି ଯୁବକ ସଂଘ, ମହିଳା ଗୋଷ୍ଠୀ କେନ୍ଦ୍ର, ମଣିମା ପୋଖରୀ ର ଉନ୍ନତୀକରଣ ପ୍ରଭୃତି ବିଭିନ୍ନ ସାତଟି ପ୍ରକଳ୍ପର ଉଦଘାଟନ ବିଧାୟକ ଶ୍ରୀ ମିଶ୍ର , ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନୟନା ସାହୁ, ଗ୍ରାମର ବିଭିନ୍ନ ସାହିର ଅଧିବାସୀଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ କରିଥିଲେ । ପରିଶେଷରେ ଏକ ଗ୍ରାମ୍ୟ ସଭାରେ ଉଦବୋଧନ ଦେଇ ପଞ୍ଚାୟତ ର ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକ ଉଲ୍ଲେଖ କରିଥିଲେ । ସର୍ବଶ୍ରୀ ମଙ୍ଗୁଳୁ ସାହୁ, ସ୍ୱାଧୀନ ସାହୁ ପ୍ରମୁଖ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବିଜେଡି ସଭାପତି ଶ୍ରୀ ରବୀନ୍ଦ୍ର ସାହୁଙ୍କ ସହ ବକ୍ତବ୍ୟ ରଖିଥିଲେ ।

related posts

Leave a Comment