Home Breaking News / ତାଜା ଖବର ଦେଶରେ ୪୧୫ ଛୁଇଁଲା ଓମିକ୍ରନ, କ୍ରିସମାସ ଉତ୍ସବ ଡାକି ନଆଣୁ ସଂକ୍ରମଣ, ସତର୍କ ରୁହନ୍ତୁ ନହେଲେ ଆପଣ ହୋଇପାରନ୍ତି ଶିକାର..

ଦେଶରେ ୪୧୫ ଛୁଇଁଲା ଓମିକ୍ରନ, କ୍ରିସମାସ ଉତ୍ସବ ଡାକି ନଆଣୁ ସଂକ୍ରମଣ, ସତର୍କ ରୁହନ୍ତୁ ନହେଲେ ଆପଣ ହୋଇପାରନ୍ତି ଶିକାର..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାରାଦେଶରେ ଡିସେମ୍ୱର ୨୫କୁ ବଡଦିନ ତଥା ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଭାବରେ ପାଳନ କରାଯାଉଛି । ଦେଶର ବିଭିନ୍ନ ରାଜ୍ୟରେ କଟକଣା ଭିତରେ ଏହାକୁ ପାଳନ କରାଯାଉଛି । ଏହାରି ଭିତରେ କିନ୍ତୁ ଓମିକ୍ରନ ସଂକ୍ରମଣ ଭୟ ଅଧିକ ଘାରିଲାଣି । ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ ଉପରେ ରୋକ୍ ଏବଂ କଟକଣା ଜାରି କରି ସାରିଛନ୍ତି । ଏହାରି ଭିତରେ କିନ୍ତୁ ଚର୍ଚ ଗୁଡିକରେ ପୁରା କରୋନା କଟକଣା ମଧ୍ୟରେ ଖ୍ରୀଷ୍ଟମାସ ପାଳନ କରାଯାଉଛି ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତାଳୟ ଜାରି କରିଥିବା ତଥ୍ୟ ଅନୁସାରେ ଦେଶରେ ୪୧୫ ରେ ପହଁଚିଲାଣି ଓମିକ୍ରନ ସଂକ୍ରମଣ ସଂଖ୍ୟା । ଦେଶର ୧୭ ରାଜ୍ୟରେ ଏହି ମାରାତ୍ମକ ଭୂତାଣୁ କାୟା ବିସ୍ତାର କରିବା ଚିନ୍ତା ବଢାଇଲାଣି । ବର୍ଷ ଶେଷ ବେଳକୁ ଉତ୍ସବ, ଭୋଜିଭାତ ସମାବେଶ ସଂକ୍ରମଣକୁ ଅଧିକ ବଢାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି ।

related posts

Leave a Comment