Home Breaking News / ତାଜା ଖବର ବଡମ୍ବା ବ୍ଲକରେ ଆଜି ୮୧୩ ଜଣଙ୍କୁ ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ଭତ୍ତା ବଣ୍ଟନ: ବ୍ଲକର ୩୮ ପଞ୍ଚାୟତରେ ଭତ୍ତାଧାରୀ ସଂଖ୍ୟା ୨୦,୦୦୦ ଟପିଲା: ପୋଷଣ ପ୍ରଦର୍ଶନୀ ସହ ମହିଳା ଗ୍ରୁପକୁ କୋଟିଏ ଟଙ୍କା ସହାୟତା ପ୍ରଦାନ

ବଡମ୍ବା ବ୍ଲକରେ ଆଜି ୮୧୩ ଜଣଙ୍କୁ ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ଭତ୍ତା ବଣ୍ଟନ: ବ୍ଲକର ୩୮ ପଞ୍ଚାୟତରେ ଭତ୍ତାଧାରୀ ସଂଖ୍ୟା ୨୦,୦୦୦ ଟପିଲା: ପୋଷଣ ପ୍ରଦର୍ଶନୀ ସହ ମହିଳା ଗ୍ରୁପକୁ କୋଟିଏ ଟଙ୍କା ସହାୟତା ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା ):

ବଡମ୍ବା ବ୍ଲକ ପରିସରରେ ଆଜି ୮୧୩ ନୂତନ ଭତ୍ତା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ପ୍ରଦାନ କରାଯିବା ପରେ ବ୍ଲକର ୩୮ଟି ପଂଚାୟତରେ ଭତ୍ତାଧାରୀଙ୍କ ସଂଖ୍ୟା ୨୦,୦୦୦ରୁ ଉର୍ଦ୍ଧ୍ବ ପହଁଚିଲା। ଏହି ଅବସରରେ ମହିଳା ଗୋଷ୍ଠୀମାନଙ୍କୁ କୋଟିଏ ଟଙ୍କାର ସହାୟତା ପ୍ରଦାନ ସହ ଏକ ବ୍ଲକ ସ୍ତରୀୟ ପୋଷଣ ପ୍ରଦର୍ଶନୀ ବ୍ଲକ ପରିସରରେ ମହିଳା ପ୍ରତୀକ୍ଷାଳୟ, ବ୍ଲକ କାର୍ଯ୍ୟାଳୟକୁ ସ୍ୱତନ୍ତ୍ର ପାନୀୟଜଳ ବ୍ୟବସ୍ଥା ପ୍ରଭୃତିକୁ ବିଧାୟକ ଶ୍ରୀ ମିଶ୍ର ଉଦଘାଟନ କରିଥିଲେ।

ଏହି ଉପଲକ୍ଷେ ଏକ ସଭାରେ ବକ୍ତବ୍ୟ ରଖି ସାମାଜିକ ନିରାପତ୍ତା କ୍ଷେତ୍ରରେ ନବୀନ ସରକାର ଆଖିଦୃଶିଆ ଜନହିତକର ପଦକ୍ଷେପ ନେଉଥିବା କଥା ଉଲ୍ଲେଖ କରି ଏ ବ୍ଲକରେ ନବୀନ ସରକାର ଆସିବା ଆଗରୁ ମାତ୍ର ୧୩୯୧ ଜଣଙ୍କୁ ନାମମାତ୍ର ଲକ୍ଷାଧିକ ଟଙ୍କାର ଭତ୍ତା ଦିଆଯାଉଥିବାବେଳେ ଏବେ ଏହାର ପରିମାଣ ଭତ୍ତା ଟଙ୍କାର ପରିମାଣ ବୃଦ୍ଧି ହୋଇ ୨୦,୦୯୭ ସଂଖ୍ୟାରେ ପହଂଚି ମାସକୁ ଏଥିପାଇଁ କୋଟିଏ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ବରାଦ ହୋଇଥିବା ବିଧାୟକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଆଜି ବିଧବା ୨୪୩ ଜଣଙ୍କୁ, ଭିନ୍ନକ୍ଷମ ୭୮ଜଣଙ୍କୁ, ୩୦ ବର୍ଷରୁ ଉର୍ଦ୍ଧ୍ବ ୪୧ଜଣ ଅବିବାହିତ ଝିଅଙ୍କୁ, ୧୨ଜଣ ସ୍ୱାମୀ ପରିତ୍ୟକ୍ତା ତଥା ୪୩୯ ଜଣ ବୃଦ୍ଧ ବୃଦ୍ଧାଙ୍କୁ ମିଶାଇ ୮୧୩ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏହି ସଭାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ନାୟକ, ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ, ବିଡ଼ିଓ ଶ୍ରୀ ଉତ୍କଳ ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମକୁ ଜନପ୍ରତିନିଧି ଶ୍ରୀ ସଞ୍ଜୟ ସ୍ୱାଇଁ, ଶ୍ରୀ ମୁରଲୀ ମହାପାତ୍ର, ସି.ଡି.ପି.ଓ , ଓ.ଏଲ.ଏମ୍ ଅଧିକାରିଣୀ ଓ ଅନ୍ୟ ଅଧିକାରୀମାନେ ସଂଯୋଜନା କରିଥିଲେ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ମହିଳାଗୋଷ୍ଠୀର ବ୍ଲକସ୍ତରୀୟ ପୋଷଣ ପ୍ରଦର୍ଶନୀରେ ବିଭିନ୍ନ ମହିଳାଗୋଷ୍ଠୀମାନେ ତାଙ୍କ ଉତ୍ପାଦିତ ସାମଗ୍ରୀକୁ ପ୍ରଦର୍ଶନ କରିଥିଲେ। ବ୍ଲକରେ ଚଳିତ ବର୍ଷ ଶେଷସୁଦ୍ଧା ୨୦,୦୦୦ରୁ ଉର୍ଦ୍ଧ୍ବ ଭତ୍ତା ବଣ୍ଟନର ଲକ୍ଷ୍ୟକୁ ପୂରଣ କରିଥିବାରୁ ବିଧାୟକ ଅଭିନନ୍ଦନ ଜଣାଇଥିଲେ। ଜନପ୍ରତିନିଧି ମାନଙ୍କ ପକ୍ଷରୁ ମହାନଦୀର ଦୀର୍ଘତମ ପୋଲ ବିଧାୟକଙ୍କ ଆନ୍ତରିକ ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହୋଇଥିବାରୁ ବିଧାୟକଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା।

related posts

Leave a Comment