Home Breaking News / ତାଜା ଖବର ଫିକା ପଡିବ ବଡଦିନ ଏବଂ ନୂଆ ବର୍ଷ : ଏହିସବୁ ରାଜ୍ୟରେ ଲାଗୁହେଲା ନାଇଟ୍‌ କର୍ଫ୍ୟୁ

ଫିକା ପଡିବ ବଡଦିନ ଏବଂ ନୂଆ ବର୍ଷ : ଏହିସବୁ ରାଜ୍ୟରେ ଲାଗୁହେଲା ନାଇଟ୍‌ କର୍ଫ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୪/୧୨ : ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ଓମିକ୍ରନ୍‌ । ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଏହା ଚିନ୍ତାର କାରଣ ପାଲଟିଛି । ଆଗକୁ ବଡଦିନ ଏବଂ ନୂଆ ବର୍ଷ ଆସୁଥିବାରୁ କଟକଣା ଜାରି କରାଯାଉଛି ।

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଶୁକ୍ରବାର ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜୁରାଟ ଏବଂ ହରିୟାଣା ସମେତ ଆଉ କିଛି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି । ଏହାବ ପୂର୍ବୁ ଗୁରୁବାର ମଧ୍ୟ ପ୍ରଦେଶ ସରକାର ନାଇଟ୍‌ କର୍ଫ୍ୟୁ ଘୋଷଣା କରିଥିଲେ । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩୫୮ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । କେବଳ ଶୁକ୍ରବାର ମହାରାଷ୍ଟ୍ରରେ ୨୦ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓମିକ୍ରନ୍‌ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଶୁକ୍ରବାର ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି । ଏହା ସହିତ ରାଜ୍ୟର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ଉପରେ କଟକଣା ଲାଗୁହୋଇଛି । କୋଭିଡ ନିୟମ ଉଲ୍ଲଂଘନ କଲେ ୫ଶହ ଟଙ୍କା ଫାଇନ ଦେବାକୁ ହେବ । କୌଣସି କାର୍ଯ୍ୟକ୍ରମ ଆୟୋଜନ ହେଲେ ଆୟୋଜକଙ୍କ ଠାରୁ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ହେବ ।

ଉତ୍ତର ପ୍ରଦେଶରେ ମଧ୍ୟ ଡିସେମ୍ବର ୨୫ ତାରିଖରୁ ନାଇଟ୍‌ କର୍ଫ୍ୟୁ ଲାଗୁକରାଯାଇଛି । ରାତି ୧୧ଟାରୁ ଭୋର ୫ଟା ଯାଏଁ କର୍ଫ୍ୟୁ ଲାଗୁକରାଯିବ । ସେହିଭଳି ଗୁଜୁରାଟରେ ମଧ୍ୟ ବଡଦିନରୁ ନାଇଟକର୍ଫ୍ୟୁ ଲାଗୁ କରାଯିବ । ଅହମଦାବାଦ, ଦୁରତ, ରାଜକୋଟ, ଭାବନଗର, ଜାମନଗର, ଗାନ୍ଧିନଗର ସମେତ ଜୁନାଗଡରେ ରାତି ୧୧ଟାରୁ ଭୋର ୫ଟା ଯାଏଁ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁକରାଯିବ ।

ହରିୟାଣା ଏବଂ ମଧ୍ୟ ପ୍ରଦେଶ ସରକାର ମଧ୍ୟ ରାତି ୧୧ଟାରୁ ଭୋର ୫ଟା ଯାଏଁ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହା ସହିତ କୋଭିଡ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି ।

related posts

Leave a Comment