Home Breaking News / ତାଜା ଖବର ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଯାପିତ

ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଯାପିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେଙ୍କାନାଳ ଜିଲ୍ଲା- ଢେ଼ଙ୍କାନାଳ ଜିଲ୍ଳା ଗଁଦିଆ ବ୍ଲକ ର ବେଗା ଗ୍ରାମପଞ୍ଚାୟତ ବେଗା ଗ୍ରାମରେ ମା ତାରିଣୀ ଫ୍ରେଣ୍ଡ୍ସେ କ୍ଳବ୍ ସହଯୋଗ ରେ ତିନିଦିନ ଧରି ଚାଲୁଥିବା ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଆଜି ବିଳମ୍ବିତ ରାତ୍ରୀ ରେ ଉଦଯାପିତ ହୋଇଯାଇଛି |ଏହି ସମାରୋପ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଚୈତନ୍ୟ ଇନଷ୍ଟିଚୁଟ ଫର ସାଇନ୍ସ ଏବଂ ଇମେଜ ସାଇନ୍ସ କଲେଜ ଭୁବନେଶ୍ୱର ର ଡ଼ାଇରେକ୍ଟର କମ ପ୍ରିନ୍ସିପାଲ ପ୍ରଫେସର (ଡ଼ଃ )ଶଶାଙ୍କ ଶେଖର କାନୁନଗୋ ,ମୁଖ୍ୟବକ୍ତା ଲାଉଲଇ ର ଯୁବ ଉଦ୍ୟଗପତି ବିଜୟ କୁମାର ରାଉତ (ବୁଲୁ ବାବୁ ) ସଭାପତିତ୍ୱ ସହିତ ମଞ୍ଚ ପରିଚାଳନା କରିଥିଲେ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ,ସଂମ୍ମାନୀତ ଅତିଥି ଭାବେ ଯୁବ ସମାଜସେବୀ ତ୍ରୈଲୋକ୍ୟ କୁମାର ସେଠୀ ,କାର୍ତ୍ତିକ ପାତ୍ର,କୁମରଧର ମଳିକ ପ୍ରମୁଖ ଯୋଗଦେଇ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଯାପନୀ କରିଥିଲେ |ଏହି ଉତ୍ସବରେ|ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନ୍ ର ସହ ସମ୍ପାଦକ ସୋମ୍ୟରଞ୍ଜନ ମହାନ୍ତି ଙ୍କ ସମେତ ବେଗା ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯାଇଛି |ଆଗାମୀ ବର୍ଷ ଗୁଡ଼ିକରେ ରେ ଉକ୍ତ ଉତ୍ସବ କୁ କିପରି ସରସ ସୁନ୍ଦର କରାଯାଇପାରିବ ସେଥିପାଇଁ ବକ୍ତା ମାନେ ନିଜନିଜର ଅଭିଭାଷଣ ରେ ମତ ବ୍ୟକ୍ତ କରିଥିଲେ। ଉତ୍ସବ ରେ ସ୍ଥାନିୟ କଳାକାର ତଥା କୁନିକୁନି ପିଲାମାନଙ୍କ ଦ୍ୱାରା ନାଚଗୀତ ର ଆୟୋଜନ କରାଯାଇଥିଲା|ସେମାନଙ୍କ ମଧ୍ୟରୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା କଳାକାର ମାନଙ୍କୁ ମୁଖ୍ୟ ଅତିଥି ଓ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ମିନା ବଜାରର ମଜା ନେବା ସହ ବିଭିନ୍ନ ଦୋଳି ର ମଜା ଦର୍ଶକମାନେ ନେଉଥିବା ଦେଖିବାକୁ ମିଳିଥିଲା।ଏହିକାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରେଇବା ପାଇଁ ତିନିଦିନ ଧରି ମଞ୍ଚ ପରିଚାଳନା କରିଥିଲେ ଅକ୍ଷୟ କୁମାର ଲେଙ୍କା

related posts

Leave a Comment