Home Breaking News / ତାଜା ଖବର ରାୟଗଡ ନଗରର ମୌଳିକ ସମସ୍ୟା ନେଇ ଭାଜପାର ଦାବିପତ୍ର ପ୍ରଦାନ

ରାୟଗଡ ନଗରର ମୌଳିକ ସମସ୍ୟା ନେଇ ଭାଜପାର ଦାବିପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୪/୧୨-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ନଗର ସଭାପତି ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ଙ୍କ ନେତୃତ୍ୱ ରେ ରାୟଗଡା ନଗର କମିଟିର ଏକ ପ୍ରତିନିଧି ଦଳ ରାୟଗଡା ପୋୖର ପାଳିକାର 20 ନମ୍ବର ୱାର୍ଡ ର ଜନସାଧାରଣ ଙ୍କ ସହ ରାୟଗଡ ପୌରପାଳିକା ର କାର୍ୟ୍ଯ ନିର୍ବାହୀ ଅଧିକାରୀ ଙ୍କ ଉଦେଶ୍ୟରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀଙ୍କୁ ବିଭିନ୍ନ ପ୍ରକାର ମୌଳିକ ସୁଵିଧା ଏବଂ ରାୟଗଡ ପୌରପାଳିକା ର ଦୁର୍ନୀତି ବିଷୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଭାରତ ସ୍ୱାଧୀନ ହେବାର 70 ବର୍ଷ ପରେ ମଧ୍ୟ 20 ନମ୍ବର ୱାର୍ଡ ର ହୋଉସିଂ ବୋର୍ଡ଼ କଲୋନୀ ସାଇ ପ୍ରିୟ ନଗର, Auto ନଗର ଅଂଚଳରେ ପକ୍କା ରାସ୍ତା, ନାଳ ଏବଂ ସାହି ମାନଙ୍କ ର ବିଜୁଳି ବତୀ ର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହେଇ ପାରିଲା ନାହିଁ। ପିଇବା ପାଣି ପାଈଁ ଖନନ କରାଯାଇଥିବା ନଳକୂପ ଗୁଡିକ ଏବେ ପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ପଡି ରହିଛି। ଏହି ସବୁ ଅଞ୍ଚଳର ଉନ୍ନତି ମୁଳକ କାର୍ୟ ପାଇଁ ଆସୁଥିବା ଅନୁଦାନ ରାଶି କୁ ହଡପ କରିବା ଅଭିଯୋଗ ଆସୁଛି। ଏହି ସବୁ ଅସୁବିଧା ର ତୁରନ୍ତ ସମାଧାନ କରିବା ପାଇଁ ନଗର କମିଟି ତରଫରୁ ଦାବି କରିବା ସହ ଆଗାମୀ ଦିନରେ ଲୋକଙ୍କ ହକ ପାଇଁ ଆନ୍ଦୋଳନ ଜୋରଜାର ହେବ ବୋଲି ନଗର ସଭାପତି ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି ମଞ୍ଜୁଳା ମିନିୟକା , ଝରଣା ମହାନ୍ତି , ସାଧାରଣ ସମ୍ପାଦକ ସୁଶାନ୍ତ ମିଶ୍ର, ପ୍ରଶାନ୍ତ ପଟନୟାକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲକ୍ଷ୍ମୀ, ଯୁବମୋର୍ଚ୍ଚା ସଭାପତି ରାଜେସ ପାଣିଗ୍ରାହୀ,ଓବିସି ମୋର୍ଚ୍ଚା ସଭାପତି ପାଟନାନ କ୍ରିଷ୍ଣା,କୋଷାଧକ୍ଷ ଏମ୍. ବିଦ୍ୟା ସାଗର , ଜୟରାମ ବର୍ମା, ଆଲୋକ ମହାନ୍ତି , ସୀମା ଉପାଧ୍ୟାୟ, 20 ନମ୍ବର ୱାର୍ଡ ର ସମସ୍ତ ବୁଥ୍ ସଭାପତି ଓ ବୁଥ୍ ପଦାଧିକାରୀ ୱାର୍ଡ ର ସମସ୍ତ ସଚେତନ ପୁରୁଷ ଏବଂ ମହିଳା ଉପସ୍ଥିତ ଥିଲେ।

related posts

Leave a Comment