Home Breaking News / ତାଜା ଖବର ବାରମ୍ବାର ଦୋକାନ ଚୋରି ନେଇ ଚାନ୍ଦୋଳ ବ୍ୟବସାୟୀ ମାନେ ଚାନ୍ଦୋଳ ପୋଲିସ୍ ପୋଷ୍ଟରେ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି

ବାରମ୍ବାର ଦୋକାନ ଚୋରି ନେଇ ଚାନ୍ଦୋଳ ବ୍ୟବସାୟୀ ମାନେ ଚାନ୍ଦୋଳ ପୋଲିସ୍ ପୋଷ୍ଟରେ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନିଲ ସାହୁ ଙ୍କ ସହ ଡେରାବିଶ ରୁ ଅଶୋକ କୁମାର୍ ମିଶ୍ର): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ର ସର୍ବବୃହତ ଚାନ୍ଦୋଳ ବଜାର ଏବେ ଅସୁରଖିତରେ l ଚାନ୍ଦୋଳ ବଜାର ରେ ଏବେ ପ୍ରତିଦିନ ଚୋରି ବଢ଼ିବାରେ ଲାଗିଛି ଆଜି ଦୋକାନ ଚୋରି ତ କାଲି ଗାଡ଼ି ଡିକି ଭାଙ୍ଗି ଟଙ୍କା ଚୋରି ଏହିପରି ବାରମ୍ବାର ଚୋରୀ ନେଇ ବ୍ୟବସାୟମାନେ ଚିନ୍ତାରେ ପଡିଯାଇଛନ୍ତି l ଏହିପରି ଭାବରେ ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ଓ ପୋଲିସ ର ଅପାରଗତା ପ୍ରତିବାଦରେ ବଜାର ର ବ୍ୟବସାୟୀ ମାନେ ଖରିଦାସାହି ଛକରୁ ଏକ ଶୋଭାଯାତ୍ରାରେ ଯାଇ ଚାନ୍ଦୋଳ ଫାଣ୍ଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାତ୍ରିକାଳୀନ ପେଟ୍ରୋଲିଂ ସହ ସାପ୍ତାହିକ ହାଟ ର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କମିଟିର ଦାବି କରିଥିଲା। ଘଟଣାସ୍ଥଳ ରେ ଏସ୍ପି ମଦକର ସମ୍ବିଦ ସମ୍ପଦ, ଏସଡିପିଓ ରାଜିବ ଲୋଚନ ପଣ୍ଡା, ସଦର ଥାନା* *ଅଧିକାରୀ ପବିତ୍ର ମହାରଣା ଓ ଡେରାବିଶ ଆଡିସନାଲ ତହସିଲଦାର ପ୍ରମୋଦ ମହାନ୍ତି ବିକ୍ଷୋଭକାରି ଙ୍କ ସମସ୍ୟା ଓ ସମାଧାନ ନେଇ ଆଲୋଚନା କରିଥିଲେ। ଶେଷରେ ସମସ୍ତ ଘଟଣାକୁ ଗୁରୁତର ସହ ନେଇ ସମାଧାନ ଓ ପୋଲିସ ଡିୟୁଟିକୁ କଡାକଡି କରିବା ସହ ଉପସ୍ଥାପନ ହୋଇଥିବା ସମସ୍ତ ଦାବି ଗୁଡିକର ସମାଧାନ କରାଯିବାର ପ୍ରତିଶୃତି ଦେଇଛନ୍ତି।

related posts

Leave a Comment