Home Breaking News / ତାଜା ଖବର ସେଣ୍ଟ ଜାଭିଅର ହାଇ ସ୍କୁଲ ଦ୍ୱାରା ବଡ଼ଦିନ ଉତ୍ସବ ପାଳନ

ସେଣ୍ଟ ଜାଭିଅର ହାଇ ସ୍କୁଲ ଦ୍ୱାରା ବଡ଼ଦିନ ଉତ୍ସବ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁରେଶ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଭକୁରଗୁଡ଼ାସ୍ଥିତ ସେଣ୍ଟ ଜାଭିଅର ବିଦ୍ୟାଳୟରେ ବଡ଼ଦିନ ଉତ୍ସବ ପାଳନ କରାଯାଇଛି |ଏହି ଉତ୍ସବରେ ଆମ ବିଦ୍ୟାଳୟର ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପାରଶ ଖୋସଲା,ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସୁନୀତା ରାଓ, ବିଦ୍ୟାଳୟ ପରିଚାଳକ ଶ୍ରୀ ଅକ୍ଷୟ ପ୍ରଧାନ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ପଟ୍ଟନାୟକ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତ ହୋଇଥିଲେ |
ସମସ୍ତଙ୍କ ଉପସ୍ଥିତିରେ ଅତିଥିବୃନ୍ଦ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ପ୍ରଧାନ ଆଚାର୍ଯ୍ୟା ଉଦ୍ଦବୋଧନ ଦେଇ ଥିଲେ |ଏହା ସହ ମୁଖ୍ୟ ଅତିଥି ଫାଦର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଷ୍ଠାବାନ, ସତ୍ୟବାଦୀ ଓ ନିର୍ଭିକ ହୋଇ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଉଦ୍ଦବୋଧନ ଦେଇଥିଲେ | ଶିକ୍ଷକ ଶିକ୍ଷୟତ୍ରୀ ଓ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ମାଧ୍ୟମରେ ମନୋରଞ୍ଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅନଲାଇନ ଓ ଅଫଲାଇନ ଦ୍ୱାରା ସମସ୍ତ ଶିଶୁଙ୍କୁ ଶୁଭେଚ୍ଛା ଜଣାଯାଇଥିଲା |ଶେଷରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା

related posts

Leave a Comment