Home Breaking News / ତାଜା ଖବର ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୪/୧୨-(ଧନେଶ୍ବର ରାଉତ)-
ଆଞ୍ଚଳିକ ଶିଳ୍ପକେନ୍ଦ୍ର ରାୟଗଡ ଦ୍ୱାରା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ,ଇମ୍ଫା ର ସହଯୋଗରେ ଥେରୁବାଲି ସ୍ଥିତ ଗୋପବନ୍ଧୁ ନଗର ଠାରେ ଇମ୍ଫା ଏମ୍ପ୍ଲଇଜ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ଶ୍ରୀମାନ ବିକାଶ ଚନ୍ଦ୍ର ବେନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଲିଡ଼ ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ଶ୍ରୀମାନ ଧୀରେନ୍ଦ୍ର ବିହାରୀ , ଶ୍ରୀମାନ କଲୋଲ ନାୟକ , ଉପ ମୁଖ୍ୟ ପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରସାଶନ) ଇମ୍ଫା , ଶ୍ରୀ ଦେବାଶିଷ ମହାନ୍ତି , ଚିତ୍ତ ମଲିକ , ସବ୍ୟସାଚୀ ସାହୁ ,ଶିଳ୍ପ ସମ୍ପ୍ରସାରଣ ଅଧିକରିଗଣ , ପ୍ରତାପ ସାହୁ ,ଦୀପା ଟିମ ରାୟଗଡ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଅଂଚଳ 50 ଜଣ ମହିଳା ଓ ଯୁବ ଉଦ୍ୟୋଗୀ ମାନେ ଅଂଶ ଗ୍ରହଣ କରିବା ସହ ଵିଭିର୍ଣ୍ଣ ଆତ୍ମନିର୍ଭରଶୀଳ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ କୋଲନରା ଶ୍ରୀ ସବ୍ୟସାଚୀ ସାହୁ ପରିଚାଳନା କରିଥିବାବେଳେ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ , ବରିଷ୍ଠ ପରିଚାଳକ(ଲୋକ ସମ୍ପର୍କ) ଇମ୍ଫା ଓ ଶ୍ରୀ ରାଧାଶ୍ୟାମ ପଣ୍ଡା ,ନିର୍ଦ୍ଦେଶକ ,ପଲ୍ଲୀ ବିକାଶ ଥେରୁବାଲି ସହଯୋଗ କରିଥିଲେ। ଇମ୍ଫା ଲୋକ ସମର୍କ ବିଭାଗର କାର୍ଯ୍ୟକାର୍ତ୍ତା ଅଜୟ , ଲକ୍ଷ୍ମୀଧର,ରବି , ଅଶୋକ ,ଅପନା ସହଯୋଗ କରିଥିଲେ।

related posts

Leave a Comment