Home Breaking News / ତାଜା ଖବର ଝୋଟ ଗୋଦାମରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା ଦେଢ଼ କୋଟି ମୂଲ୍ୟର ଝୋଟ

ଝୋଟ ଗୋଦାମରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା ଦେଢ଼ କୋଟି ମୂଲ୍ୟର ଝୋଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ମାହାଙ୍ଗା ଥାନା କୁହୁଣ୍ଡା ଗାଁ’ରେ ଥିବା ଏକ ଝୋଟ ଗୋଦାମରେ ଆଜି ଅଚାନକ ନିଆଁ ଲାଗିଯାଇଛି ! ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ’ର ଝୋଟ ବ୍ୟବସାୟୀ ଭୀମ ସେନ ସହୁ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା !
ଏଠାରେ ଦେଢ଼ କୋଟି ରୁ ଉର୍ଦ୍ଧ ଟଙ୍କା ର ମହଜୁଦ ଥିବା ଝୋଟ ନଷ୍ଟ ହୋଇଯାଇଛି।ଏହି ଗୋଦାମ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଗୋଦାମ ମାଲିକ ଓ କୁଆଁପାଳ ଦମକଳ ବାହିନୀ କୁ ଖବର ଦେଇ ଥିଲେ !
ସ୍ଥାନୀୟ ଲୋକ ମାନଙ୍କ ସହ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ ପାଇଁ ଉଦ୍ୟମ କରାଯାଇ ଥିଲା ! ପରେ ନିଆଁ ଭୟା ବହ ବଢିବା ରୁ ସାଲେପୁର ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁ ଆୟତ କରିବାକୁ ଚେଷ୍ଟା ଚଳାଇଛନ୍ତି।ଦେଢ଼ କୋଟିରୁ ଅଧିକ ଟଂକାର ଝୋଟ ସମ୍ପୂର୍ଣ୍ଣ ଜଳି ଯାଇଛି । ଗୋଦାମ ଘର ସଂପୂର୍ଣ୍ଣ ବନ୍ଦ ଥିବା ବେଳେ ଏଥିରେ ବିଦ୍ୟୁତ ସଂଯୋଗ ନାହି। ଅଗ୍ନିକାଣ୍ଡ ଘଟିବା ନେଇ ସଂଦେହ ପ୍ରକାଶ କରିଛନ୍ତି ଗୋଦାମ ମାଲିକ।

related posts

Leave a Comment