Home Breaking News / ତାଜା ଖବର ଅଜଣା ଗାଡି ଧକାରେ ଦୁଇ ମୃତ

ଅଜଣା ଗାଡି ଧକାରେ ଦୁଇ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁରେଶ କୁମାର ସୁବୁଦ୍ଧି: କୋଲନରା ନିପ୍ର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୌଡ଼ ଲେଳିବାଡି ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ଗତକାଲି ରାତି ପ୍ରାୟ 10 ଟା ସମୟରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ । ମୃତକ ମନେ ହେଲେ ମୁକୁନ୍ଦପୁର ପଂଚାୟତ କଟୁପାଡୁ ଗ୍ରାମର ସର୍ବେଶ୍ୱର ବରା ଓ ପାଣ୍ଡ୍ରତୋଲା ପଞ୍ଚାୟତ ର ମୁର୍ତେଲି ଗ୍ରାମର ଆନନ୍ଦ କୁମୁରୁକା ବୋଲି ଜଣା ପଡିଛି। ଉଭୟ ଏକ ବାଇକ ଯୋଗେ ରାୟଗଡ଼ା ଠାରୁ ନିଜ ଗ୍ରାମକୁ ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ 108 ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହ କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏହାପରେ ଚାନ୍ଦିଲି ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ପରିବାର ବର୍ଗ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।

related posts

Leave a Comment