Home Breaking News / ତାଜା ଖବର କକଟେଲ ଭାକ୍ସିନ ହେଉଛି ଓମିକ୍ରନ ଉପରେ ପ୍ରଭାବୀ, ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ମିଶି ତିଆରି କରିବେ ଟିକା

କକଟେଲ ଭାକ୍ସିନ ହେଉଛି ଓମିକ୍ରନ ଉପରେ ପ୍ରଭାବୀ, ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ମିଶି ତିଆରି କରିବେ ଟିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓମିକ୍ରନ ଭାରିଆଂଟକୁ ନେଇ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନିକା ଏକ ବଡ ଖବର ଦେଇଛି । ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ସ ୟୁନିଭର୍ସିଟି ମିଳିତ ଭାବରେ ଏକ ବୟାନ ଜାରି କରି ସ୍ପଷ୍ଟ କରିଛନ୍ତି, ବର୍ତମାନ ବିଶ୍ୱରେ ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଆଂଟକୁ ରୋକିବା ପରି ଟିକା ମିଳିଛି । କକଟେଲ ଟିକା ଓମିକ୍ରନ ବିରୋଧରେ ସଫଳ ସାବ୍ୟସ୍ତ ହେଉଛି । ଅନୁଧ୍ୟାନରୁ ଏହା ସ୍ପଷ୍ଟ ହେବା ପରେ ବର୍ତମାନ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ଏକାଠି ମିଶି ଏହି ଟିକା ତିଆରି କରିବା ନେଇ ସହମତ ହୋଇଛନ୍ତି ।
ଗତ ମଙ୍ଗଳବାର ଏନେଇ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ମିଳିତ ବୟାନ ଜାରି କରି ଏହା ସ୍ପଷ୍ଟ କରିଛନ୍ତି । ଆଷ୍ଟ୍ରାଜେନିକା କମ୍ପାନୀ କହିଛି ଏହି କକଟେଲ ଟିକା ପ୍ରସ୍ତୁତିରେ ଦ୍ୱିତୀୟ କମ୍ପାନୀ ଗୁଡିକୁ ମଧ୍ୟ ସାମିଲ କରାଯାଉଛି । ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀ କକଟେଲ ଟିକା ତିଆରୀ ନେଇ ପ୍ରାଥମିକ କାମ ଆରମ୍ଭ କରିଦେଇଥିବା ମଧ୍ୟ ସୂଚନା ମିଳିଛି ।
କୌଣସି ଆଂଟିଭାଇରସ୍ ଟିକା ହିଁ ଓମିକ୍ରନ ପରି ଭାରିଆଂଟକୁ ମୁକାବିଲା କରିପାରିବ ବୋଲି ଅନୁସନ୍ଧାନରୁ ଜଣାପଡିବା ପରେ କକଟେଲ ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ।

ପୂର୍ବରୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର, ବାୟୋଟେକ ଏବଂ ମଡର୍ଣ୍ଣା ମଧ୍ୟ କହିଥିଲେ ସେମାନଙ୍କର ଟିକା କରୋନାର ନୂଆ ପ୍ରଜାତି ଓମିକ୍ରନ ମୁକାବିଲାରେ ସମର୍ଥ । ଆସନ୍ତାବର୍ଷ ଆରମ୍ଭ ବେଳକୁ ମଡର୍ଣ୍ଣା ଏହାର ଓମିକ୍ରନ ପାଇଁ ନିର୍ମିତ ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବ ବୋଲି ସୂଚନା ଦେଇଛି ।

related posts

Leave a Comment