Home Breaking News / ତାଜା ଖବର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଆଉ ତ୍ରାହି ନାହିଁ, ରୁଜୁ ହେବ ଏଫଆଇଆର

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଆଉ ତ୍ରାହି ନାହିଁ, ରୁଜୁ ହେବ ଏଫଆଇଆର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗାଜିଆବାଦ ୨୩।୧୨: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଆଉ ତ୍ରାହି ନାହିଁ। କେନ୍ଦ୍ରର ମୋଦୀ ସରକାର ଶୀଘ୍ର ଗାଡିର ବେଗକୁ ନେଇ ଏକ ନୂତନ ନିୟମ ତିଆରି କରିବାକୁ ଯାଉଛନ୍ତି। ଏଥର ଯଦି କିଏ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି ତେବେ ଚାଳକଙ୍କ ବିରୋଧରେ ଏଫଆଇଆର ରୁଜୁ ହେବ। ଖୋଦ୍ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ସୂଚନା ଦେଇଛନ୍ତି।

ନୀତିନ ଗଡକରୀ ଉତ୍ତର ପ୍ରଦେଶର ଗାଜିଆବାଦ ସ୍ଥିତ ଡାସନାରେ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି ଯେ, ଶୀଘ୍ର ହାଇଓ୍ଵେ ଓ ଏକ୍ସପ୍ରେସ୍ ଓ୍ଵେ ଉପରେ ସ୍ପିଡକୁ ନେଇ ନୂତନ ନିୟମ ତିଆରି ହେବ। ଯଦି କେହି ଟ୍ରାଫିକ ନିୟମ ଭାଙ୍ଗିବ ତେବେ କ୍ୟାମେରାରେ ଏହା ରେକର୍ଡ ହୋଇଯିବ। ଏହା ପ୍ରମାଣ ଭାବେ କାମ କରିବ ଏବଂ ଏହାରି ଆଧାରରେ ଚାଳକଙ୍କ ବିରୋଧରେ ଏଫଆଇଆର ରୁଜୁ ହେବ।

ଡାସନାରେ ଇଣ୍ଟିଗ୍ରେଟେଡ୍ ଟ୍ରାନ୍ସପୋଟେସନ ସିଷ୍ଟମ କଣ୍ଟ୍ରୋଲ ରୁମ ବିଲିଂର ଉଦଘାଟନ କରିବା ସମୟରେ ନୀତିନ ଗଡକରୀ କହିଛନ୍ତି, ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ରୁମରୁ ଲୋକଙ୍କୁ ଫାଇଦା ମିଳିବ। ଏହି ଟେକ୍ନୋଲୋଜି ବହୁତ ଜରୁରୀ। ଜାପାନ ଓ ଜାଇକାର ସହଯୋଗରେ ଏହା ନିର୍ମିତ ହୋଇଛି। ସୂଚନାଯୋଗ୍ୟ, ଡାସନାରେ ଇଣ୍ଟିଗ୍ରେଟେଡ୍ ଟ୍ରାନ୍ସପୋର୍ଟେସନ ସିଷ୍ଟମ କଣ୍ଟ୍ରୋଲ ରୁମ ବିଲ୍ଡିଂ, ଦିଲ୍ଲୀ ମେରଠ ଏକ୍ସପ୍ରେସଓ୍ଵେରେ ଯାତାୟତ ସଂପର୍କିତ ଗତିବିଧି ଉପରେ ନଜର ରଖିବା ପାଇଁ ଗଠନ କରାଯାଇଛି।

related posts

Leave a Comment