Home Breaking News / ତାଜା ଖବର ସୁମିତ-ତପସ୍ବିନୀ ମାମଲା: ୧୫ ଦିନିଆ ଛୁଟିରେ ଗଲେ ଡାକ୍ତର ସୁମିତ

ସୁମିତ-ତପସ୍ବିନୀ ମାମଲା: ୧୫ ଦିନିଆ ଛୁଟିରେ ଗଲେ ଡାକ୍ତର ସୁମିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର: ସୁମିତ-ତପସ୍ବିନୀ ମାମଲା ସମାଧାନ ହେବେ କେବେ? ସମସ୍ତଙ୍କ ମୁହଁରେ ଏବେ ଏହି ପ୍ରଶ୍ନ। ବ୍ରହ୍ମପୁର ସହରର ପ୍ରତ୍ୟେକ ଛକ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ଚର୍ଚ୍ଚାରେ ଏହି ପ୍ରସଙ୍ଗ ସାମିଲ ହେଉଛି। ସେପଟେ ରାଜଭବନରୁ ଏହି ଘଟଣାର ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। ତେବେ ଜିଲ୍ଲାପାଳ ଏ ଦିଗରେ କ’ଣ ତଦନ୍ତ କରୁଛନ୍ତି ତାହା ଦେଖିବାକୁ ରହିଲା। ଅନ୍ୟପଟେ ଡା. ସୁମିତ ସାହୁ ଆଜିଠାରୁ ଆହୁରି ୧୫ଦିନ ପାଇଁ ଛୁଟି ଅବଧି ବୃଦ୍ଧି କରିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ୧୫ଦିନ ଛୁଟି ଆବେଦନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

ତପସ୍ବିନୀ ଦାଶ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ପ୍ରମୋଦ ସାହୁଙ୍କ ଘର ବାରଣ୍ଡାରେ ଧାରଣା ଜାରି ରଖିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ ବୋଲି ତପସ୍ବିନୀ କହିଛନ୍ତି। ଗତ ୨୦ ତାରିଖରେ ତପସ୍ବିନୀଙ୍କୁ ନ୍ୟାୟ ଦେବାକୁ ଯାଇ ଡା. ସୁମିତଙ୍କ ଘର ଗ୍ରିଲ୍‌ ଭାଙ୍ଗି ଦେଇଥିଲେ। ଏହାପର ଠାରୁ ତପସ୍ବିନୀ ଓ ପ୍ରମିଳା ଘର ବାରଣ୍ଡାରେ ରହୁଛନ୍ତି। ଏହି ଘଟଣାକୁ ନେଇ ପ୍ରମୋଦଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 

related posts

Leave a Comment