Home Breaking News / ତାଜା ଖବର ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:(ନବକିଶୋର ସାହୁ ) ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ର ଧରଣୀ ସାହୁ (56) ଆଜି ସକାଳ ୧୦.୨୦ ରେ ନିଜ ବାସ ଭବନ ରେ ପରଲୋକ ହୋଇଛି | ସେ ଜଣେ ଧର୍ମ ପରାୟଣ ଓ ପରଉପକାରୀ ବ୍ୟକ୍ତି ଥିଲେ ।ସେ ବାବା କେଦାରନାଥ ଫ୍ଲାୟ ଆସ ଇଟା ଫାକ୍ଟ୍ରି ର ସତ୍ତ୍ଵାଧିକାରୀ ଙ୍କ ପିତା ଅଟନ୍ତି, ଦିର୍ଘ ଦିନ ହେଲାଣି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲା | ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଦୁଃଖୀ ସାହୁ,ଦୁଇ ପୁତ୍ର ସୁରାଜ ସାହୁ, ଅଜୟ ସାହୁ,ପୁତ୍ରବଧୂ ଅନିତା ସାହୁ,ଦୁଇ ଭାତୃ ତୀର୍ଥବାସୀ ସାହୁ,ନରୋତ୍ତମ ସାହୁ, ଦୁଇ ଭଉଣୀ ଗୋଲାପ ସାହୁ,ଅଠନୀ ବିଶ୍ୱାଳ,ପୁତୁରା,ପୁତୁରା ବୋହୁ,ଏକମାତ୍ର ନାତି ଚିକୁ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ।ଗ୍ରାମ ସ୍ମଶାନ ରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା। ତାଙ୍କ ବିୟୋଗ ରେ ଘାଗରାମୁଣ୍ଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି |

related posts

Leave a Comment