Home Breaking News / ତାଜା ଖବର ଶ୍ରୀ ହରିହର ଧ୍ୟାନ ସପ୍ତର୍ଷି ମନ୍ଦିର ସିଲଟିଗୁଡା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶ୍ରୀ ହରିହର ଧ୍ୟାନ ସପ୍ତର୍ଷି ମନ୍ଦିର ସିଲଟିଗୁଡା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୩/୧୨ -(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୌମୁଟିପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ସିଲିଟି ଗୁଡା ଠାରେ ଶ୍ରୀ ହରିହର ଧ୍ୟାନ ସପ୍ତର୍ଷି ମନ୍ଦିର ବାକି ରହିଯାଇଥିବ ନିର୍ମାଣ କାମ ପାଇଁ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜୀଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅପରାହ୍ନ ୪ ଟା ସମୟରେ ଅନୁଷ୍ଠିତ ହେଇ ଯାଇଚି। ଅନେକ ଦିନର ପ୍ରୟାସ ପରେ ସିଲିଟି ଗୁଡା ଓ ଆଖ ପାଖ ଗ୍ରାମର ପୁରୁଷ ଭକ୍ତ ଓ ମାତୃ ଶକ୍ତିଙ୍କ ପ୍ରୟାସରେ ଏହା ଧ୍ୟାନ ମନ୍ଦିର ଉଦ୍ୟେସରେ ଏଠାରେ ଅଞ୍ଜନି ସୁତ ଶ୍ରୀ ବଜରଙ୍ଗ ବଳୀଙ୍କ ପ୍ରତିମା ସ୍ଥାପନ ଗତ ବର୍ଷ କରାଯାଇଥିଲା। ଏଥିରେ ବିଶ୍ୱ ସାଧନ କଲ୍ୟାଣ ସମିତି ର ସଂସ୍ଥାପକ ଯୋଗୀଶ୍ରୀ ଙ୍କ ଶିଷ୍ୟ ଶିଷ୍ୟା ମାନେ ଅପ୍ରାଣ ଉଦ୍ୟମ କରି ଏହି ମନ୍ଦିର ସ୍ଥାପନ କରିଥିଲେ। ମନ୍ଦିର ସହ ଏକ ପରିଚାଳନା କମିଟି ଘଠନ କରି କୃଷ୍ଣ ଭାଇ ଓ ଉପେନ୍ଦ୍ର ଭାଇଙ୍କୁ ପୂଜା ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା ଗ୍ରାମବାସୀଙ୍କ ସହଯୋଗରେ। ଏହି ସ୍ଥାନକୁ ମନ୍ଦିରରେ ସୀମିତ ନକରି ଏହାକୁ ଏକ ଧ୍ୟାନ ଯୋଗ ପ୍ରଶିକ୍ଷଣ କେନ୍ଦ୍ର, ସାଧୁ ସନ୍ଥଙ୍କ ପ୍ରବାସ କେନ୍ଦ୍ର, ଅତିଥି ଅଭ୍ୟାଗତ ପାଇଁ କେନ୍ଦ୍ର, ସଂକୀର୍ତ୍ତନ ପ୍ରଶିକ୍ଷଣ କେନ୍ଦ୍ରର ସୁ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆଜି ଚିନ୍ତନ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଜେ କେ ପୁର ର ଜିଲ୍ଲା ପରିଷଦ ସଭ୍ୟ ଗୌରୀ ଭାଇ, ପୂର୍ବତନ ବିଶ୍ୱ ହିନ୍ଦୁ ସଭାପତି ରାଜେନ୍ଦ୍ର ସାହୁ, ଉପ ସଭାପତି ଆଲୁ ଶଙ୍କର ରାଓ, ସୁନ ହିମିରିକା ,ଏଙ୍କାନା ଭାଇ ଓ ଜେ କେ ପୁର ରାୟଗଡ ର ଭକ୍ତ ମଣ୍ଡଳୀ ଯୋଗଦେଇ ଆଲୋଚନାରେ ଭାଗ ନେଇ ସମ୍ପୂର୍ଣ ନିର୍ମାଣ କାମରେ ସହାୟକ ହେବୁ ବୋଲି ସଂକଳ୍ପ ନେଇଥିଲେ।

related posts

Leave a Comment