Home Breaking News / ତାଜା ଖବର ଭାରତ ଛା‌ଡ଼ି ପାରିବେ ନାହିଁ ଜାକଲିନ

ଭାରତ ଛା‌ଡ଼ି ପାରିବେ ନାହିଁ ଜାକଲିନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ଘଟଣା ଉପରୁ ପରଦା ହଟିଥିଲା। ଏଯାବତ ତାଙ୍କୁ ୪ଥର ପଚରାଉଚରା କରାଯାଇଛି।

ଅଭିନେତ୍ରୀଙ୍କ ବିରୋଧରେ ଇଡି ଲୁକଆଉଟ ନୋଟିସ ଜାରି କରିଛନ୍ତି। ଏହି କାରଣରୁ ଜାକଲିନଙ୍କ ବିଦେଶ ଯିବାକୁ ନେଇ ପ୍ରତିବନ୍ଧକ ଲାଗିଛି। ଜାକଲିକ ଇଡିଙ୍କୁ ଏହି ନୋଟିସ କୋହଳ କରିବାକୁ କହିଥିଲେ। କିନ୍ତୁ ଇଡି ଏହାକୁ ନେଇ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ।

ଜାକଲିନ ଇଡିଙ୍କୁ ଅନୁରୋଧ କରିଥିଲେ କି, ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ ନୋଟିସକୁ ହଟାଇ ଦିଆଯାଉ। କାରଣ କାମ ପାଇଁ ସେ ଅନେକ ଲୋକଙ୍କୁ  ପ୍ରତିଶ୍ରୃତି ଦେଇଛନ୍ତି। ତେଣୁ ତାଙ୍କୁ ଭାରତ ବାହାରକୁ ଯିବା ନିହାତି ଦରକାର।

ତେବେ ସୁକେଶଙ୍କଠାରୁ ଜାକଲିନ ଅନେକ ଦାମୀ ଉପହାର ନେଇଥିବା କଥା ଇଡି ସ୍ପଷ୍ଟ କରିଥିବା ବେଳେ ଅଭିନେତ୍ରୀଙ୍କୁ ଖୁସି କରାଇବା ପାଇଁ ସୁକେଶ ୩ଟି ଭାଗରେ ମହିଳା ସୁପରହିରୋ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ।

ଯାହାର ବଜେଟ ୫୦୦କୋଟି ରଖାଯାଇଥିବା ସୂଚନା ମିଳିଛି। ଜାକଲିନଙ୍କୁ ନିଜ ପ୍ରେମ ଜାଲରେ ଫସାଇବାକୁ ସୁକେଶ ଅନେକ ଫିଲ୍ମ ତିଆରି କରିବାକୁ ପ୍ରତିଶ୍ରୁତି ଦେବା ସହ ତାଙ୍କୁ ଉପହାର ଉପରେ ଉପହାର ଦେଉଥିଲେ।

related posts

Leave a Comment