Home Breaking News / ତାଜା ଖବର ନରସିଂହପୁରରେ ଭତ୍ତାଧିକାରୀଙ୍କ ସଂଖ୍ୟା ୨୦,୦୦୦ ଟପିଲା: ବିଧାୟକଙ୍କ ଦ୍ଵାରା ଆଜି ୫୬୯ ନୂତନ ଭତ୍ତାଧାରୀଙ୍କୁ ସହାୟତା ପ୍ରଦାନ,ବଡମ୍ବା-ନରସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ହଜାର ଟଙ୍କା ସହାୟତା ରାଶିର ଶୁଭାରମ୍ଭ

ନରସିଂହପୁରରେ ଭତ୍ତାଧିକାରୀଙ୍କ ସଂଖ୍ୟା ୨୦,୦୦୦ ଟପିଲା: ବିଧାୟକଙ୍କ ଦ୍ଵାରା ଆଜି ୫୬୯ ନୂତନ ଭତ୍ତାଧାରୀଙ୍କୁ ସହାୟତା ପ୍ରଦାନ,ବଡମ୍ବା-ନରସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ହଜାର ଟଙ୍କା ସହାୟତା ରାଶିର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର :(ଶକ୍ତିଶ୍ୱର ରଣା ):

ଆଜି ନରସିଂହପୁରରେ ୫୬୯ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ପର୍ଯ୍ୟଟନ ସମ୍ମିଳନୀ କକ୍ଷରେ ପ୍ରଦାନ କଲାପରେ ଭତ୍ତାଧାରୀଙ୍କ ସଂଖ୍ୟା ୨୦ହଜାର ୨୪୯ରେ ପହଞ୍ଚିଛି। କାଲି ଭୁବନେଶ୍ୱର ବିଜୁ ସ୍ମାର୍ଟ କାର୍ଡ ରେସନ କାର୍ଡଧାରୀଙ୍କୁ ହଜାର ଟଙ୍କା ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଘୋଷିତ ହେବା ପରେ ନରସିଂହପୁରଠାରେ ଓ ବଡମ୍ବାର ମାଣିଆବନ୍ଧ,ଖୁଣ୍ଟକଟା ଓ ବଡ଼ବାରସିଂହ ଗ୍ରାମପଂଚାୟତରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ଵାରା ଏହାର ଶୁଭାରମ୍ଭ କରାଯାଇଛି।

ନରସିଂହପୁରରେ ଆଜି ୨୯୦ଜଣ ବିଧବା ଭତ୍ତା, ଅବିବାହିତା ୯ଜଣ ,ଡାଇଭୋର୍ସି ୪ଜଣ, ଭିନ୍ନକ୍ଷମ ୩୬ଜଣଙ୍କ ସହ ବାକି ବୃଦ୍ଧବୃଦ୍ଧାଙ୍କୁ ମଧୁବାବୁ ପେନସନ ଯୋଜନାରେ ସର୍ଵମୋଟ ୫୬୯ଜଣଙ୍କୁ ଭତ୍ତାପ୍ରଦାନ କରାଯାଇଥିଲା। ସାତଲକ୍ଷ ଛଅଷଠି ହଜାର ଟଙ୍କା ପ୍ରଦାନ କଲାପରେ ନରସିଂହପୁର ବ୍ଲକରେ ମାସିକ ଭତ୍ତାଧାରୀଙ୍କୁ ସହାୟତା ପ୍ରଦାନର ପରିମାଣ କୋଟିଏ ତିନି ଲକ୍ଷ ଟଙ୍କାରେ ପହଂଚିଲା।

ନରସିଂହପୁରରେ ଏହି ସହାୟତା ପ୍ରଦାନ ଓ ଶୁଭାରମ୍ଭ ଅବସରରେ ବକ୍ତବ୍ୟ ରଖି ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ହଜାର ଟଙ୍କା ସହାୟତା ଘୋଷଣାରେ ୩କୋଟି ୪୬ଲକ୍ଷ ଟଙ୍କା ବ୍ଲକର ବିଭିନ୍ନ ଗ୍ରାମମାନଙ୍କରେ ବଣ୍ଟନ କରାଯିବାର କାର୍ଯ୍ୟସୂଚୀ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନିର୍ମଳ ଜେନା, ବିଡ଼ିଓ ଶ୍ରୀ ପ୍ରଦୀପ ସାହୁ ବକ୍ତବ୍ୟ ରଖିଥିଲେ। ବିଧାୟକ ଆଗରୁ ୨୦,୦୦୦ରୁ ଉର୍ଦ୍ଧ୍ବ ଚଳିତ ବର୍ଷ ଶେଷ ପୂର୍ବରୁ ଦେଇଥିବା ଲକ୍ଷ୍ୟ ପୂରଣ ହୋଇଥିବାରୁ ସନ୍ତୋଷ ପ୍ରକାଶ ପାଇଛି।

related posts

Leave a Comment