Home Breaking News / ତାଜା ଖବର ଡେଲ୍ଟା, ଓମିକ୍ରନ ପରେ ଏବେ ପ୍ରକୋପ କରୁଛି ଡେଲମୀକ୍ରନ

ଡେଲ୍ଟା, ଓମିକ୍ରନ ପରେ ଏବେ ପ୍ରକୋପ କରୁଛି ଡେଲମୀକ୍ରନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୩।୧୨: କରୋନା ଭାଇରସର ଡେଲ୍ଟା ପରେ ଏବେ ସାରା ବିଶ୍ୱରେ ଓମିକ୍ରନ ପ୍ରକୋପ କରୁଛି। ଏଥିରେ କରୋନାର ଓମିକ୍ରନ ଭାରିଏଣ୍ଟ ଭାରତ ପହଞ୍ଚି ସାରିଥିବାର କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସବୁ ସ୍ତରରେ ସତର୍କତା ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଏବେ ଓମିକ୍ରନ ପହଞ୍ଚିବା ପରଠାରୁ ବଢ଼ିବାରେ ଲାଗିଲାଣି। ଏଥିରୁ ୨୦୨୧ ଭଳି ଆସନ୍ତା ନୂଆ ବର୍ଷରେ ବି ଦେଶ ମହାମାରୀରୁ ମୁକୁଳିବା ପରି ମନେ ହୁଏ ନାହିଁ। ଓମିକ୍ରନର ଗବେଷଣା ସମ୍ପୂର୍ଣ୍ଣ ଆରମ୍ଭ ହୋଇନଥିବା ବେଳେ ଆଉ ଏକ ନୂଆ ଭାରିଏଣ୍ଟ ଡେଲମୀକ୍ରନ ଏବେ ବିଦେଶୀ ଗଣମାଧ୍ୟମରେ ଚହଳ ପକାଇଛି ।

କରୋନାର ଡେଲମୀକ୍ରନ ଭାରିଏଣ୍ଟ ଏବେ ୟୁରୋପ ଓ ଆମେରିକା ମହାଦେଶରେ ପ୍ରକୋପ କରୁଥିବାର ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି। ଭୂତାଣୁର ଏହି ନୂଆ ଭାରିଏଣ୍ଟ ଯୋଗୁ ୟୁରୋପ ଓ ଆମେରିକାରେ ସଂକ୍ରମଣ ବଡୁଥିବାର ରିପୋର୍ଟରେ କୁହାଯାଉଛି। ତେବେ ଏହି ନୂଆ ଭାରିଏଣ୍ଟ ଡେଲ୍ଟା ଏବଂ ଓମିକ୍ରନର ମିଳିତ ସଂକ୍ରମଣରେ ସୃଷ୍ଟ ସୁପାର ଭାରିଏଣ୍ଟ ହୋଇଥାଇପାରେ ବୋଲି ଆକଳନ ମଧ୍ୟ କରାଯାଉଛି। ଯାହା ଏବେ ଆମେରିକା ଓ ୟୁରୋପରେ ବିନାଶ ରଚିଛି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି।

ତେବେ ଏ ବାବାଦେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ଙ୍କ ଭାଇରୋଲଜି ବିଭାଗ ମୁଖ୍ୟ ଡା. ସଞ୍ଜୟ ରାୟଙ୍କ କହିବା କଥା ହେଲା ଡେଲ୍ଟା ଏବଂ ଓମିକ୍ରନର ମିଳିତ ଭାରିଏଣ୍ଟ ଯେ ଡେଲମୀକ୍ରନ ଏହାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ଏପର୍ଯ୍ୟନ୍ତ ମିଳୁଥିବା ପ୍ରମାଣରୁ ଓମିକ୍ରନ ଭାରିଏଣ୍ଟର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି , ଯେପରି ଏହା ଅଧିକ ସଂକ୍ରାମକ ବୋଲି ଆମେ ଜାଣିବାକୁ ପାଇଛେ। ତେବେ କରୋନା ଭାରିଏଣ୍ଟ ଏକ ମ୍ୟୁଟାଣ୍ଟ ଭାରିଏଣ୍ଟ ହୋଇଥିବାରୁ ଏଥିରେ ୨ରୁ ଅଧିକ ଭାରିଏଣ୍ଟ ମିଳିତ ନୂଆ ଭାରିଏଣ୍ଟ ସୃଷ୍ଟି କରିପାରିବେନି ତାହା ବି କୁହାଯାଇ ପାରିବନି ବୋଲି କହିଛନ୍ତି। ତେବେ ଏଥିଲାଗି ଆମକୁ ସମୟକୁ ଫେକ୍ଷା କରିବାକୁ ହେବ ବୋଲି ସେ କହିଛଛନ୍ତି।

related posts

Leave a Comment