Home Breaking News / ତାଜା ଖବର ସାମ୍ବାଦିକଙ୍କୁ ଏସଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା

ସାମ୍ବାଦିକଙ୍କୁ ଏସଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୨/୧୨(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଦୈନିକ ଖବରକାଗଜରେ କାର୍ଯ୍ୟରତ ଜଣେ ସାମ୍ବାଦିକ ସୁବ୍ରତ ମାଝି ଙ୍କୁ ମଙ୍ଗଳବାର ବଜାରରେ ବାଲିଗୁଡ଼ା ଏସଡି ପିଓ ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ସାମ୍ବାଦିକ ମାଝିଙ୍କ ଫଟୋ ଉଠାଇବା, ଓ ମୋବାଇଲ ଛଡାଇବା ଘଟଣାରେ ବାଲିଗୁଡ଼ା ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ସାମ୍ବାଦିକ ମହଲରେ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସଂପର୍କରେ ସାମ୍ବାଦିକ ମାଝି Whatsapp ପ୍ରେସ ଗୃପରେ ସମସ୍ତ ସାମ୍ବାଦିକଙ୍କ ଅବଗତି ନିମନ୍ତେ ଜଣାଇବା ଫଳରେ ଖବର ପାଇ ଏସଡିପିଓ ପ୍ରତିକ୍ରିୟାଶୀଳ ହୋଇ ଫୋନ କରି କାହିକି ଗୁପରେ ପକାଇଲ କହିବାସହ ଚୋରା ଗଞ୍ଜେଇ କାରବାରରେ ରେ ନା ଅଛି .ଏଫଆଇଆର ଦେବି କହିଥିଲେ, ଆଉ ଆପଣ ଯାହା ଲେଖିବାର ଅଛି ଲେଖନ୍ତୁ କହିଥିଲେ । ଏସଡିପିଓ ଭଳି ଗୁରୁତ୍ଵପୂର୍ଣ୍ଣ ଦାୟୀ ତ୍ଵରେ ରହି ଏଭଳି ଆଚରଣ ସ୍କୃହଣୀୟ ନୁହେଁ ବୋଲି ସାମ୍ବାଦିକମାନେ ମତବ୍ୟକ୍ତ କରିବା ସହ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ସର୍ବଦା ସୁସଂପର୍କ ରହିବା ଜରୁରୀ।
ବାଲିଗୁଡ଼ା ପୋଲିସ ଏସଡିପିଓ ଓ ସାମ୍ବାଦିକ ବିବାଦ ନେଇ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ତେବେ ଯଦି ଏସ.ଡି.ପି ଓ ଜାଣତରେ ହେଉ କିମ୍ବା ଅଜାଣତରେ ସାମ୍ୱାଦିକଙ୍କ ପ୍ରତି କିଛି ଆକ୍ରୋଶମୂଳକ ବ୍ୟବହାର କରିଥାନ୍ତି ତାହାହେଲେ ନିଶ୍ଚିତ ଦୁର୍ଭାଗ୍ୟଜନକ ଆଉ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କନ୍ଧମାଳ ଜିଲା ସାମ୍ବାଦିକ ସଂଘ ସଭାପତି ଡ଼.ଅରୁପ କୁମାର ଜେନା ଓ ଜିଲ୍ଲାପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ କହିଛନ୍ତି । ସେହିପରି ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ,ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତେବେ. ଏ ସଂପର୍କରେଏସଡିପିଓ ଙ୍କ ମତାମତ ମିଳିପାରିନାହିଁ. l

related posts

Leave a Comment