Home Breaking News / ତାଜା ଖବର ବଢୁଛି ସଂକ୍ରମଣ,ଭାରତରେ ୩୦୦ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ବଢୁଛି ସଂକ୍ରମଣ,ଭାରତରେ ୩୦୦ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଭାରତରେ ୩୦୦ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳରୁ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ପାର କରାଇଛି। ତାମିଲ୍‌ନାଡୁରେ ୩୩ଟି ନୂଆ ମାମଲା ଚିହ୍ନଟ ହେବା ସହ କର୍ଣ୍ଣାଟକ ୧୨ଜଣ ଏବଂ କେରଳରେ ୫ଜଣ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ୧୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ କର୍ଣ୍ଣାଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି ଏବଂ କେରଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଦିଲ୍ଲୀରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆମେ ଆଗାମୀ କିଛି ମାସ ପାଇଁ ଔଷଧ ମହଜୁଦ କରି ରଖିଛୁ। ଆମେ ଡାକ୍ତରୀ ଅମ୍ଳଜାନର ବ୍ୟବସ୍ଥା କରିଛୁ ଏବଂ ଆସନ୍ତା ତିନି ସପ୍ତାହ ମଧ୍ୟରେ ୧୫ଟି ଅମ୍ଳଜାନ ଟ୍ୟାଙ୍କର୍ ଆମକୁ ବିତରଣ କରାଯିବ। ଆମେ ପ୍ରତିଦିନ ୩ଲକ୍ଷ ନମୁନା ପରୀକ୍ଷା କରୁଛୁ। ଦୈନିକ ୧ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେ‌ଲେ ସେମାନଙ୍କୁ ଉତ୍ତମ ଚିକିତ୍ସା ଦେବାକୁ ଆମେ ଏବେ ସକ୍ଷମ।

ତେବେ ଆଜି ସକାଳେ ପ୍ରାପ୍ତ ରିପୋର୍ଟ ଅନୁସାରେ, ଏଯାବତ୍‌ ଭାରତର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ଦ୍ବାରା ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ପାର କରିଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୦୪ଜଣ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି।

related posts

Leave a Comment