Home Breaking News / ତାଜା ଖବର ନରସିଂହପୁର ରେ ବିଜେଡିର ମିଶ୍ରଣ ପର୍ବ : ପାଇକ ବାରବାଟୀ ଓ ଏକଡାଳରେ ପ୍ରାୟ ୧୧କୋଟି ଟଙ୍କାର ପ୍ରକଳ୍ପର ବିଧାୟକଙ୍କ ଦ୍ଵାରା ଲୋକାର୍ପଣ ଓ ଶିଳାନ୍ୟାସ

ନରସିଂହପୁର ରେ ବିଜେଡିର ମିଶ୍ରଣ ପର୍ବ : ପାଇକ ବାରବାଟୀ ଓ ଏକଡାଳରେ ପ୍ରାୟ ୧୧କୋଟି ଟଙ୍କାର ପ୍ରକଳ୍ପର ବିଧାୟକଙ୍କ ଦ୍ଵାରା ଲୋକାର୍ପଣ ଓ ଶିଳାନ୍ୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ଶକ୍ତି ସ୍ୱର ରଣା): ଆଜି ଅପରାହ୍ନରେ ନରସିଂହପୁର ର ପାଇକବାରବାଟୀ ଓ ଏକଡାଳ ତଥା ରଣସିଂହପୁରରେ ୧୧କୋଟି ଟଙ୍କାର ବିଜୁ ସେତୁ ବିଭିନ୍ନ ପ୍ରକଳ୍ପ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଶୁଭାରମ୍ଭ ଓ ଉଦଘାଟନ ହୋଇଛି । ପାଇକବାରବାଟୀ ଠାରେ ବିଜେପିର ଶ୍ରୀ ସମୀର ଖଟୁଆ ଓ ଅନୁପମା ଖଟୁଆଙ୍କ ନେତୃତ୍ୱରେ ବହୁ କର୍ମୀ ବିଜେଡିର ଏକ ମିଶ୍ରଣ ପର୍ବରେ ୫୦୦ ରୁ ଉର୍ଦ୍ଧ୍ବ ପଞ୍ଚାୟତ କର୍ମୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ପାଇକବାରବାଟୀ ହଟିଆ ପଲ୍ଲୀ ଠାରୁ ଏକ ବାଇକ ଶୋଭାଯାତ୍ରାରେ ଯାଇ ବିଧାୟକ ମା ଦକ୍ଷିଣକାଳୀ ଉଚ୍ଚ ବିଦ୍ୟାଳୟର ପ୍ରାୟ ୬୦ ଲକ୍ଷ ବ୍ୟୟ ବରାଦରେ ଏକ 5T ଅନ୍ତର୍ଗତ ବିଦ୍ୟାଳୟ ରୂପନ୍ତରୀକରଣର ଶିଳାନ୍ୟାସ ପରେ ନବ ନିର୍ମିତ କଲ୍ୟାଣ ମଣ୍ଡପର ଉଦଘାଟନ କରି ବିଜେଡିର ମିଶ୍ରଣ ପର୍ବରେ ଯୋଗଦେଇଥିଲେ । ଏହି ଉପଲକ୍ଷେ ବିଧାୟକ ଶ୍ରୀ ମିଶ୍ର ଉଦବୋଧନ ଦେଇ ବିଜେଡି ପ୍ରଗତିର ବାହକ କହିବା ସହିତ ପାଇକବାରବାଟୀ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି ଅନ୍ୟ ଦଳରୁ ଆସିଥିବା ଶତାଧିକ କର୍ମୀଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ସୁଶାନ୍ତ ମହାନ୍ତିଙ୍କ ସଂଯୋଜନାରେ ଏହି ସଭାରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର ସରପଞ୍ଚ ଶ୍ରୀ ଅଭିମନ୍ୟୁ ମହାନ୍ତି ଦଳଖଣ୍ଡାୟତ ସାହି ସଭାପତି ଶ୍ରୀ ଦେବରାଜ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ଶିଳାନ୍ୟାସ ରେ ସ୍କୁଲ କମିଟି ସଭାପତି ଶ୍ରୀ ମନୁ ରାଉତ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ସାଧାରଣ ସଭାରେ ସର୍ବଶ୍ରୀ ଅଜୟ ପଣ୍ଡା , ସରୋଜ ସାହୁ, ବସୁ ଘଡେଇ, ପ୍ରଫୁଲ୍ଲ ଭୋଳ, ବସନ୍ତ ବିଶ୍ୱାଳ , ରଞ୍ଜନ ବାରିକ, ମମତା ସାହୁ, ଚିତ୍ତ ମଲ୍ଲିକଙ୍କ ଠାରୁ ଆରମ୍ଭ କରି ଜଳକେଳି , ଦୁର୍ଗା ପ୍ରସାଦ, ହଟିଆ ପଲ୍ଲୀ ,ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ସନ୍ଧ୍ୟାରେ ଗଣଗଣା ଠାରେ ୬କୋଟି ଟଙ୍କାର ବିଜୁ ସେତୁ କୁ ଶିଳାନ୍ୟାସ ବିଧାୟକ କରିଥିଲେ ଓ ଶ୍ରୀ ତ୍ରିଲୋଚନ ନମ ସଭାପତିତ୍ୱରେ ଗ୍ରାମ୍ୟ ସଭାରେ ବକ୍ତବ୍ୟ ରଖିଥିଲେ । ବାଉଁଶପଦା ମା ମଙ୍ଗଳା ମନ୍ଦିରର ଉଦଘାଟନ କରିଥିଲେ ।

ଏକଡାଳରେ ମାର୍କେଟ କମ୍ପ୍ଲେକ୍ସ ଓ ବାଉତି ବିଦ୍ୟାପୀଠର ଶିଳାନ୍ୟାସ ସହିତ ନୂତନ ପଂଚାୟତ ଭବନର ମହିଳା ଗୋଷ୍ଠୀ କେନ୍ଦ୍ର ଉଦଘାଟନ ବିଧାୟକ ଙ୍କ ଦ୍ଵାରା ସମାହିତ ହୋଇଥିଲା । ଏକଡାଳ ରେ ଶ୍ରୀ ଯୋଗିନାଥ ଜେନାଙ୍କର ପରିଚାଳନା ରେ ଏହି ଉପଲକ୍ଷେ ଏକ ସଭାରେ ବିଧାୟକ ଶ୍ରୀ ମିଶ୍ର ଅଭିଭାଷଣ ରଖିବା ସହିତ ଚେୟାରମ୍ୟାନ ଶ୍ରୀ ମିଶ୍ର , ସରପଞ୍ଚ ଶ୍ରୀମତୀ ମନଦିନୀ ନାୟକ ସ୍କୁଲ କମିଟି ସଭାପତି ଶ୍ରୀ ନିରଞ୍ଜନ କର, ଶ୍ରୀ ଅଜୟ ପଣ୍ଡା, ସମିତିସଭ୍ୟା ଶ୍ରୀମତୀ ତନୁଶ୍ରୀ ବସନ୍ତରା , ପ୍ରଭାକର ବେହେରା , ଚିତ୍ରସେନ ସାମଲ, ଦୁଃଶାସନ ଦଳେଇ, ବିଷକ ଜେନା ପ୍ରମୁଖ ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ ସେନାପତି ଶ୍ରୀ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ଏହି ବିଦ୍ୟାଳୟ ର ନବକଳେବର ଶିଳାନ୍ୟାସ ରେ ଅଭିଭାବକ ଗ୍ରାମବାସୀ ଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।

ବିଳମ୍ବିତ ସନ୍ଧ୍ୟାରେ ରଣସିଂହପୁର ଜନ୍ତରିଆ ଗ୍ରାମରେ ୨କୋଟି ୨୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ନିର୍ମିତ ଏକ ବିଜୁ ସେତୁକୁ ବିଧାୟକ ଶ୍ରୀ ମିଶ୍ର ଉଦଘାଟନ କରିଥିଲେ ।ଗ୍ରାମବାସୀ ଙ୍କୁ ସମ୍ବୋଧିତ କରିଥିଲେ । ଗ୍ରାମ ସଭାପତି , ସରପଞ୍ଚ, ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ବିଜୁ ସେତୁ ଦ୍ୱାରା ରଣସିଂହପୁର, ଜନ୍ତରିଆ, ଗୋପପୁର, ବଡଭୁଇଁ ପ୍ରଭୃତି ଗ୍ରାମର ୧୦୦୦ ୧୦୦୦ ଜନ ସାଧାରଣ ଉପକୃତ ହେବେ।

related posts

Leave a Comment