Home Breaking News / ତାଜା ଖବର ଫିକା ପଡିବ ବଡଦିନ ଓ ନୂଆବର୍ଷ, ସରକାର ଲଗାଇଲେ ଏସବୁ କଟକଣା

ଫିକା ପଡିବ ବଡଦିନ ଓ ନୂଆବର୍ଷ, ସରକାର ଲଗାଇଲେ ଏସବୁ କଟକଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ବଡଦିନ ଓ ନୂଆବର୍ଷ ପାଳନ ନେଇ ଗାଇଡଲାଇନ ଜାରି କରିଛନ୍ତି । ନୂଆବର୍ଷରେ ହେଉଥିବା ଉତ୍ସବ ପାଳନ ଓ ଖ୍ରୀଷ୍ଟମାସରେ ଲୋକମାନଙ୍କୁ ଭିଡରୁ ଦୂରେଇ ରଖିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ଦୁଇଟି ବଡ ପର୍ବରେ ଲୋକମାନେ ଏକାଠି ହୋଇପାରିବେ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଥିବାରୁ ଏହି ଉତ୍ସବ ଫିକା ପଡିବ ବୋଲି ଅନୁମାନ କରାଯାଉଛି ।

ଦିଲ୍ଲୀ ବିପଦ ପ୍ରବନ୍ଧନ ପ୍ରାଧୀକରଣର ନିର୍ଦ୍ଦେଶ ମୁତାବକ ନିଜ ନିଜ ଅଞ୍ଚଳରେ ଜିଲ୍ଲାପାଳମାନେ ସରକାରଙ୍କ ଗାଇଡଲାଇନ ପାଳନ କରିବେ । ଏହାସହ କାମ କରିବା ସ୍ଥାନ ଓ ଦୋକାନ ମାନଙ୍କରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ସୂଚନାକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନୂଆବର୍ଷ ଓ ବଡଦିନରେ କୌଣସି ସ୍ଥାନରେ ଯେଭଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ନହୁଏ ସେ ନେଇ ଜିଲ୍ଲା ପ୍ରଶାସନ ଓ ଡିସିପିମାନଙ୍କୁ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡିଡିଏମଏ ସଦ୍ୟ ଜାରି କରିଥିବା ଗାଇଡଲାଇନରେ ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ପାଳନ ନେଇ କଟକଣା ଜାରି କରାଯାଇଛି। ଏହାସହ ହୋଟେଲ, ରେସ୍ତୋରାଁ ଓ ବାର ମାନଙ୍କରେ ବସିବା କ୍ଷମତାର ଅଧା ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଏହାସହ ବାହାଘରରେ ସର୍ବାଧିକ ୨୦୦ ଲୋକ ଉପସ୍ଥିତ ରହିପାରିବା ନେଇ ଥିବା ଅନୁମତିକୁ ଡିଡିଏମଏ ପ୍ରତ୍ୟାହାର କରି ନେଇଛି । ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପେ୍ଲକ୍ସରେ ଦର୍ଶକମାନଙ୍କ ପ୍ରବେଶକୁ ଅନୁମତି ଦିଆଯାଇ ନାହିଁ ।

related posts

Leave a Comment