Home Breaking News / ତାଜା ଖବର ପୁଣି ଫେରିଲା କୋଭିଡ ଲକଡାଉନ! ସରକାର ଲଗାଇଛନ୍ତି କଡ଼ା କଟକଣା

ପୁଣି ଫେରିଲା କୋଭିଡ ଲକଡାଉନ! ସରକାର ଲଗାଇଛନ୍ତି କଡ଼ା କଟକଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚୀନ୍‌କୁ ପୁଣି ଫେରିଛି କୋଭିଡ କଟକଣା। କୋଭିଡ-୧୯ କାଳରେ ଜାରି କଟକଣାରୁ ବି ଏଥର କଟକଣାକୁ ବଳେଇ ଯାଇଛି ନୂଆ ଲକଡାଉନ। ନିତ୍ୟାନ୍ତ ଆବଶ୍ୟକତାରେ ସପ୍ରମାଣେ ପରିବାରର ଜଣେ ସଦସ୍ୟ କେବଳ ବାହାରକୁ ଯାଇ ପାରିବେ ବୋଲି କଟକଣା ଜାରି ହୋଇଛି। ଦେଶରେ କୋଭିଡ କାରଣରୁ ଏପର୍ଯ୍ୟନ୍ତ ଜାରି କୌଣସି କଟକଣାଠାରୁ ଏହା ସବୁଠୁ କଠୋର ବୋଲି ଏବେ କୁହାଯାଉଛି। ବିଶ୍ୱର କୌଣସି ଦେଶର କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ଏପରି କଟକଣା ଲାଗୁ ହୋଇ ନାହିଁ ବୋଲି କୁହାଯାଇଛି।

ଦେଶରେ କରୋନା ବ୍ୟାପୁଥିବାରୁ ନିୟୁତ ନିୟୁତ ଲୋକେ ଏବେ ନିଜ ଘରେ ଗୃହବନ୍ଦୀ ହୋଇଯାଇଛନ୍ତି। ଆଗାମୀ ଫେବୃଆରୀରେ ଚୀନ୍‌ ୱିଣ୍ଟର ଅଲିମ୍ପିକ ଆୟୋଜନ କରିବାକୁ ଯାଉଛି। ଏଥିରେ ସରକାର ଜିରୋ କୋଭିଡ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଏପରି କଠୋର କଟକଣା ଜାରି ହୋଇଥିବା କୁହାଯାଉଛି। ଫଳରେ ବ୍ୟବସାୟ ବାଣିଜ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ଲୋକେ ରୋଜଗାର ହରେଇ ଘରେ ଉପାସ ଭୋକରେ ରହିବାକୁ ବାଧ୍ୟ ହୋଇଛନ୍ତି।

related posts

Leave a Comment