Home Breaking News / ତାଜା ଖବର ଜ୍ୟାକଲିନ୍-ସୁକେଶଙ୍କ ପ୍ରେମ କାହାଣୀ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ୱେବ୍ ସିରିଜ୍ !

ଜ୍ୟାକଲିନ୍-ସୁକେଶଙ୍କ ପ୍ରେମ କାହାଣୀ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ୱେବ୍ ସିରିଜ୍ !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୨।୧୨ : ୨୦୦ କୋଟି ଟଙ୍କା ହେର ଫେର ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ନାମ ଚାରି ଆଡେ ଉବୁଟୁବୁ । ଜ୍ୟାକଲିନ୍‌ଙ୍କ ସହ ତାଙ୍କର ଘନିଷ୍ଠତାକୁ ନେଇ ବର୍ତ୍ତମାନ ଖୁବ୍‌ ଆଲୋଚାନାରେ ରହୁଛନ୍ତି । ଏହି ମାମଲା ସହିତ ଜଡିତ ଜ୍ୟାକଲିନ୍ଙ୍କ ବିଷୟରେ ବହୁତ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ସମୟରେ, ସୁକେଶ ଚନ୍ଦ୍ରଶେଖର-ଜ୍ୟାକଲିନଙ୍କର ଏକ ରୋମାଣ୍ଟିକ ଫଟୋ ସାମ୍ନାକୁ ଆସିଛି। ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକି ତାଙ୍କୁ ନେଇ ଏକ ନିର୍ମାତା ଏକ ୱେବ୍‌ ସିରିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।  

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ଓଟିଟି ନିର୍ମାତା ଏକ ରିପୋର୍ଟରେ କହିଛନ୍ତି ଯେ ସେ ସୁକେଶ ଏବଂ ଜ୍ୟାକଲିନଙ୍କ ପ୍ରେମ କାହାଣୀଟି ବହୁତ ରୋମାଞ୍ଚକ ଅଛି । ଏଥିପାଇଁ, ଏହି କାହାଣୀକୁ ପରଦାରେ ଆଣିବା ପାଇଁ ନିର୍ମାତାମାନେ ଚିନ୍ତା କରିଛନ୍ତି । ଏହା ସହ କେଉଁ କଳାକାର ସେମାନଙ୍କ ଭୂମିକାରେ ଉପଯୁକ୍ତ ହେବେ ସେନେଇ ମଧ୍ୟ ଆଲୋଚନା କରୁଛନ୍ତି।

ତେବେ ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଜେଲରେ ଅଛନ୍ତି। ଇଡି ତାଙ୍କୁ ଏହି ପ୍ରସଙ୍ଗରେ ବହୁ ପ୍ରଶ୍ନ କରୁଛି। ଏଥି ସହିତ, ଯଦି ଏହି ଘଟଣାରେ ଇଡିଙ୍କୁ ଜଣା ପଡିଛି କି ଅନେକ ଅଭିନେତ୍ରୀଙ୍କ ସହ ସୁକେଶ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିଲା ​​ଏବଂ ସେ ଅଭିନେତ୍ରୀଙ୍କ ପାଇଁ ବହୁ ଟଙ୍କା ଖର୍ଚ୍ଚ କରୁଥିଲେ। ଏହା ବ୍ୟତୀତ ଜ୍ୟାକଲିନ୍‌ଙ୍କୁ ସୁନା ଓ ହୀରା ଅଳଙ୍କାର ଦେଇଥିଲେ। 

related posts

Leave a Comment