Home Breaking News / ତାଜା ଖବର ଘର ଭାଙ୍ଗିଲା ଓ ଜଙ୍ଗଲରୁ ବାହାରି ରାସ୍ତାରେ ବୁଲୁଛି ହାତୀ, ଯାତାୟାତ ବାଧାପ୍ରାପ୍ତ

ଘର ଭାଙ୍ଗିଲା ଓ ଜଙ୍ଗଲରୁ ବାହାରି ରାସ୍ତାରେ ବୁଲୁଛି ହାତୀ, ଯାତାୟାତ ବାଧାପ୍ରାପ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ତେବେ ଗତ ୧୬ ତାରିଖ ଦିନ ଏକ ୫୦ ଟିକିଆ ଝାଡ଼ଖଣ୍ଡୀ ହାତୀ ପଲ ଏହି ମୋରଡା ବ୍ଲକ ଅଞ୍ଚଳ କୁ ପ୍ରବେଶ କରି ଥିବା ବେଳେ ଉକ୍ତ ହାତୀ ପଲ ଆକ୍ରମଣ ରେ ଜନୈକା ମହିଳା ଙ୍କୁ ଅତି ବିଭତ୍ସ ଭାବେ ଗତ ୧୭ ତାରିଖ ରାତି ରେ ମାରିଦେଇଥିବା ବେଳେ ମହିଳା ଙ୍କ ଖଣ୍ଡବିଖଣ୍ଡିତ ଶବ କୁ ସକାଳେ ପୋଲିସ ଉଦ୍ଧାର କରିଥିଲା। ସେହିପରି ଆଜି ଚିକିଟାମାଟିଆ ର ଗୁରୁବାରୀ ହେମ୍ବ୍ରମ ଙ୍କ ଘର ଭାଙ୍ଗି ଦେଇଛି ହାତୀ । ଅପରପକ୍ଷରେ ଏକ ଝାଡ଼ଖଣ୍ଡୀ ହାତୀ ପଲ ର ପାଇଲଟ ଦନ୍ତା ସାନମୁଣ୍ଢାବଣି ରୁ ମୋରଡ଼ା କୁ ସଂଲଗ୍ନ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଉପରେ ହାତୀ ବିଚରଣ କରି ଉତ୍ପାତ ମଚାଇଛି । ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ହାତୀ ଆତଙ୍କ ଜାରି ରହିଥିବା ବେଳେ ଅଞ୍ଚଳରେ ଆତଙ୍କ ଜାରି ରହିଛି । ତେବେ ସୂଚନା ଅନୁଯାୟୀ ଏହି ରାସ୍ତାର ଜଙ୍ଗଲ ପାଖରେ ହାତୀ ଜଙ୍ଗଲ ଭିତରୁ ବାହାରି ରାସ୍ତାରେ ବୁଲା ବୁଲି କରୁଛି । ଯାହା ଫଳରେ ଅନେକ ସମୟ ଧରି ଲୋକଙ୍କ ଯାତାୟତ ଠପ ହୋଇ ପଡିଛି । ଅନ୍ୟପକ୍ଷରେ ଖବର ହେବା ପର୍ଯ୍ୟନ୍ତ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନାହିଁ । ଜଙ୍ଗଲ ଆଖ ପାଖ ଗ୍ରାମର ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ବଳଦିଆ ପାଖରେ ଥିବା ୨୧ ଟି ହାତୀ ପଲ କୁ ଆଜି ସଂଧ୍ୟାରେ ବନ ବିଭାଗ ଘୋଡାଇ ବେତନଟୀ ରେଞ୍ଜ ଅଧିନ ଅଶନବଣୀ ଜଙ୍ଗଲକୁ ନେବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ରାସଗୋବିନ୍ଦପୁର ରେଞ୍ଜର ମଧୁସ୍ମିତା ଦାସ ।

related posts

Leave a Comment