Home Breaking News / ତାଜା ଖବର ସାମ୍ବାଦିକଙ୍କୁ ଗିରଫ ଘଟଣାର ପ୍ରତିବାଦ ସହ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ଗିରଫ ଘଟଣାର ପ୍ରତିବାଦ ସହ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା ବ୍ଲକରେ କାର୍ଯ୍ୟରତ 5 ଜଣ ସାମ୍ବାଦିକଙ୍କୁ ମାଲକାନଗିରି ପୋଲିସ ଗିରଫକରିବା ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ପ୍ରକାଶ ପାଇଛି ।ତେଣୁ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ରେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଏକ ପ୍ରତିବାଦ ସଭା କରି ସ୍ତାନୀୟ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଉପସ୍ଥିତ ରହି ପ୍ରତିବାଦ କରି ଗଣମାଧ୍ୟମର କଣ୍ଠରୋଧ କରିବା ଉଦ୍ଧେଶ୍ୟ ରଖି ରାତି ଅଧିଆ ପୋଲିସ 5 ଜଣ ସାମ୍ବାଦିକଙ୍କୁ ଗିରଫକରିବା ଘଟଣା ସାରା ରାଜ୍ୟରେ ଏକ ଆଲୋଡନ ସୃଷ୍ଟି ହୋଇଛି। ଅନ୍ୟ ପଟେ ଏତଲା ଦେବା ସତ୍ୱେ ପୋଲିସ ରଖି ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ମାଲକାନଗିରି ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ କୁ ସାମ୍ବାଦିକ ମହଲ ରେ ନା ପସନ୍ଦ କରିଛନ୍ତି। ତେଣୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ କରିବାକୁ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଏହି ସମୟରେ ପାଟଣାଗଡ଼ ଉପଖଣ୍ଡିୟ ସଙ୍ଘର ସାଧାରଣ ସମ୍ପାଦକ ଲଷ୍ମୀକାନ୍ତ ମିଶ୍ରଙ୍କ ସମେତ ସଦାଶିବ ସରାଫ ପ୍ରହଲ୍ଲାଦ ପାଢ଼ୀ ବଂଶୀଧର ସେଠ ପ୍ରବୀଣ ପୁରୋହିତ ସୁନୀଲ ଚୋପଦାର ଲଳିତ ମିଶ୍ର ରାଜେଶ ଚାନ୍ଦ ଦିଲୀପ ଭୋଇ,ରଞ୍ଜନ ମେହେର ବିମଲ ବାଗ ଉପସ୍ଥିତ ଥିଲେ ସେହିପରି ଖପ୍ରାଖୋଲ ବ୍ଲକରେ ମଧ୍ୟ ସ୍ତାନୀୟ ପ୍ରେସ କ୍ଲବର ସଭାପତି ବିଜୟ ମିଶ୍ରଙ୍କ ନେତୃତ୍ୱରେ ଅଭୟ ତ୍ରିପାଠୀ ତାପସ ରଞ୍ଜନ ବେହେରା ବିହାରୀ ବାରିକ ଜୋତିରଞ୍ଜନ ପଣ୍ଡା କାନ୍ତ ପ୍ରଧାନ ମନୋଜ ଦାସ ଭୋଜରାଜ ବରିହା ପ୍ରମୁଖ ଉପସ୍ଥିତ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

related posts

Leave a Comment