Home Breaking News / ତାଜା ଖବର ଅଷ୍ଟ୍ରେଲିଆରୁ ଫେରନ୍ତା ଚନ୍ଦୁ ଭୁଲି ନାହାନ୍ତି ଜନ୍ମ ମାଟିକୁ

ଅଷ୍ଟ୍ରେଲିଆରୁ ଫେରନ୍ତା ଚନ୍ଦୁ ଭୁଲି ନାହାନ୍ତି ଜନ୍ମ ମାଟିକୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୨/୧୨-(ଧନେଶ୍ବର ରାଉତ)-ଉଚ୍ଚ ଶିକ୍ଷତ ହେଇ ବିଦେଶ ଯାଇ ଅଧିକ ଉପାର୍ଜନ କରୁଥିଲେ ବି ଭୁଲି ଯାଇନାହାନ୍ତି ଚନ୍ଦୁ ଭାଇ। ଅଧ୍ୟତ୍ମିକ ଓ ସାଂସ୍କୃତିକ ପରମ୍ପରାକୁ ବଂଞ୍ଚାଈବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ଚନ୍ଦ୍ର ରାଓ ସେନାପତି ଓରଫ ଚନ୍ଦୁ ଭାଇ। ରାୟଗଡ ସଦର ଜେ ଏସ କୋ ରେ ଚାକିରୀ କରୁଥିବା ଧର୍ମ ପରାୟଣ ମଜରାଓ ସେନାପତିଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ। ରାୟଗଡ ରେ ଶିକ୍ଷା ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ସୁଦୂର ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦକୁ ଯାଇଥିଲେ। ସେଠାରେ ହୋଟେଲ ମ୍ୟାନେଜମେଣ୍ଟ ରେ ସ୍ନାତକ ତର ଡିଗ୍ରୀ ହାସଲ କରି ଏକ ନିଜସ୍ୱ ହୋଟେଲ କରି ବ୍ୟବସାୟ ଆରମ୍ଭ କରିଥିଲେ। ସେହି ସମୟରେ ଅଷ୍ଟ୍ରେଲିଆରୁ ୨୦୧୫ଏକ ବିଦେଶୀ କମ୍ପାନୀ ରୁ ସୁଯୋଗ ମିଳିଥିଲା। ସେ ବିଦେଶରେ ରହି ନିଜ ଧର୍ମ କୁ ଭୁଲି ନାହାନ୍ତି ଓ କହିଛନ୍ତି କି ବିଦେଶରେ ଆମ ସଂସ୍କୃତିକୁ ଅନେକ ଭଲ ପାଆନ୍ତି ଓ ଅନୁକରଣ କରନ୍ତି ତେଣୁ ଆମ ସନାତନ ସଂସ୍କୃତି ଅତି ମହାନ ଅଟେ। ସାରା ବିଶ୍ୱ ଆମ ଭାରତର ଆଧ୍ୟାତ୍ମିକତା ଓ ଯୌଥ ପରିବାରର ସମ୍ପର୍କ ସମ୍ପର୍କର ମୂଲ୍ୟ ବୋଧ ବିଷୟରେ ଆମେ ଓ ମୁଁ ନିଜକୁ ଧନ୍ୟ ମନେ କରୁଛି ଜଣେ ଭାରତୀୟ ସନାତନୀ ଭାବେ ଜନ୍ମଗ୍ରହଣ କରି ବୋଲି ଗର୍ବତ ହେଇଛନ୍ତି। ଦୀର୍ଘ ଷୋହଳ ବର୍ଷ ପରେ ଜନ୍ମ ମାଟିକୁ ଆସି ମୁଁ ଅତ୍ୟନ୍ତ ଗର୍ବିତ ଓ ମୋର ସହପାଠୀ ଅନେକ ଙ୍କୁ ଭେଟିଲି ଏବଂ ମୋର ଏକ ବିଶେଷ ବନ୍ଧୁ ଓ ସହପାଠୀ ଜଣେ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜୀଙ୍କ ସହ ଭେଟି ପ୍ରେରଣା ନେଇ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି। ଏହି ଅବସରରେ କଲ୍ୟାଣସିଙ୍ଘପୁର ଶୈବ ପୀଠ ଦେବଗିରି ଠାରେ ଥିବା କ୍ରାନ୍ତୀ କାରୀ ଆଶ୍ରମକୁ ଯାଇ ସନ୍ୟାସୀ କ୍ରାନ୍ତୀ ସ୍ୱରୂପନନ୍ଦ ଗିରୀ ଙ୍କୁ ଭେଟି ଧାର୍ମିକ ଆଲୋଚନା କରିଥିଲେ। ସେହିଭଳି ଆଶ୍ରମର ସାଧବୀ ପୂର୍ଣ୍ଣିମା ଭଉଣୀ ଓ ଅନ୍ୟ ଅନ୍ତେ ବାସିନୀ ଙ୍କୁ ବସ୍ତ୍ର ଦାନ କରି ,ଏକ ଷ୍ଟିଲ ଗ୍ରୀଲ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହି ଭଳି ଆଗକୁ କୋରାପୁଟ ର ବିଲା ପୁଟ ସବରୀ ନାରାୟଣ ମନ୍ଦିର ନିକଟରେ ସ୍ୱୟଂ ଭୁ ହେଇଥିବା ମହା ଲକ୍ଷ୍ମୀ ମନ୍ଦିରର ନିର୍ମାଣ ପାଇଁ ସେଠାକାର ସମ୍ପାଦକ ଲଳିତ ମୋହନ ପଟନାୟକଙ୍କ କଥା ହେବାକୁ କୋରାପୁଟ ଗସ୍ତ କରାଯିବା ବୋଲି ଯୋଗୀଶ୍ରୀ କହିଛନ୍ତି। ତାଙ୍କର ବଦାନ୍ୟତା କୁ ସନ୍ୟାସୀ ଓ ସିଦ୍ଧ ଗୁରୁ ପ୍ରଶଂସା କରିବା ସହ ତାଙ୍କର ଉତର ତର କାମନା କରିଛନ୍ତି।

related posts

Leave a Comment