Home Breaking News / ତାଜା ଖବର କଲ୍ୟାଣସିଙ୍ଘପୁର ବ୍ଲକ ବିଜେଡି ଛାତ୍ର ଯୁବ ନେତାଙ୍କ ବଡ଼ ଭାଇ ମଦ ବୋତଲ ଗଦାରୁ ପିସ୍ତଲ ଜବତ: ୨ ଅଟକ ଜଣେ କୋର୍ଟ ଚାଲାଣ

କଲ୍ୟାଣସିଙ୍ଘପୁର ବ୍ଲକ ବିଜେଡି ଛାତ୍ର ଯୁବ ନେତାଙ୍କ ବଡ଼ ଭାଇ ମଦ ବୋତଲ ଗଦାରୁ ପିସ୍ତଲ ଜବତ: ୨ ଅଟକ ଜଣେ କୋର୍ଟ ଚାଲାଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୧/୧୨-(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ର ସିକରପାଇ ଗ୍ରାମରେ ଏକ ବିସ୍ମୟ କର ଘଟଣା ଘଟି ଯାଇଛି। ଏହି ଗ୍ରାମର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଯୋଡି ହେଇଯାଇଛି। ଗ୍ରାମର ବସଷ୍ଟାଣ୍ଡ ଉପରେ ଏକ ହୋଟେଲ କମ ବେଆଇନ ମଦ ଦୋକାନର ଖାଲି ମଦ ବୋତଲ ଗଦାରୁ ଏକ ବେଆଇନ ମାରଣାସ୍ତ୍ର ପିସ୍ତଲ ଜବତ କରିଛି ସ୍ଥାନୀୟ ପୋଲିସ। ଆଜି ଅପରାହ୍ନ ପ୍ରାୟ ଦେଢଟା ସମୟରେ ଡି ଏସ ପି ଦିବ୍ୟ ଜ୍ୟୋତି ଦାସ କୁମ୍ବିଙ୍ଗ ସାରି ଫେରୁଥିବା ସମୟରେ ଦେଖି ଜିଲ୍ଲା ଟିମ ଙ୍କ ନେତୃତ୍ୱରେ ସ୍ଥାନୀୟ ଥାନା ଅଧିକାରୀ ସୁକମା ହଂସଦା ଓ ଅନ୍ୟ ପୋଲିସ ବଳ ଅତର୍କିତ ଭାବେ ରଞ୍ଜିତ ନାୟକଙ୍କ ଦୋକାନ ଘରେ ଚଢ଼ାଉ କରି ତାଙ୍କ ଖାଲି ମବ ବୋତଲ ଗଦା ରୁ ଏହି ମାରଣାସ୍ତ୍ର ଜବତ କରିଥିଲେ। ଘଟଣା ସ୍ଥଳରୁ ରଂଜିତ ନାୟକକୁ ଗିରଫ କରିବା ସହ ସେଠାକାର ନିକତସ୍ତ ଦୋକାନରେ ଲାଗିଥିବା ସି ସି ଟିଭି ଫୁଟେଜ ଦେଖି କିଏ କେଉଁଠି ରଖା ଯାଇଛି ଏବଂ କିଏ ଧରିଛି ବୋଲି ଜଣା ପଡିଲା ତାକୁ ଗିରଫ କରି ପଚାରିବାରୁ ସେ କହିଥିଲା କି ଏହି ଦୋକାନୀ ଠାରୁ ବୋଲି । କିନ୍ତୁ ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଇଛିକି ଗିରଫ ହେଇଥିବା ଲୋକ ଯାହାର ନା କହିଛି ତାକୁ କାହିଁକି ଗିରଫ କରାଯାଇନାହିଁ ବୋଲି, ଏପରି ନୁହେଁତ ପୋଲିସ ଜାଣି ଶୁଣି ଅପରାଧୀଙ୍କୁ ଘଣ୍ଟ ଘୋଡାଇ ଖସିଯିବାକୁ ସୁଯୋଗ ଦେଉଛି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏନେଇ ବିସମକଟକ ବିଧାନ ସଭା ବହୁଜନ ସମାଜ ବାଦୀ ପାର୍ଟି ସଭାପତି ସମେଶ କୌଶଲ୍ୟା ଆଇ ଆଇ ସି ଶ୍ରୀ ହଂସଦାଙ୍କୁ ପଚାରୁବାରୁ କାହିଁକି ତାକୁ ଗିରଫ କରାଯାଇନି ସେ ମଦ ପିଇଛି ନିଶା ଭାଙ୍ଗିଲେ କଣ କହୁଛି ବୋଲି ଆଇ ଆଇ ସି କହିଛନ୍ତି । ଆପଣ ଆଇନ ଦୃଷ୍ଟିରେ ସମସ୍ତଙ୍କୁ ସମାନ ଦେଖିବେ କାହାକୁ ସେମିତି ସାହାଯ୍ୟ କଲେ ବହୁଜନସମାଜ ବାଦୀ ପାର୍ଟି ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି। ଏନେଇ ଭାଜପା ସିକରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ କହିଛନ୍ତି କି ଏଭଳି ସମ୍ବେଦନ ଶୀଳ ମାମଲାକୁ ସଠିକ ଭାବରେ ପରିଚାଳନା କରାନଗଲେ ଆଗାମୀ ଦିନରେ ପାର୍ଟି ରାଜ ରାସ୍ତାରେ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି। ଏକ ଅନୁମାନ କରାଯାଉଛି କି ଗତ ୨୦ /୦୮ ରେ ଡି ଲିଙ୍କ ଏକ ଅପରାଧୀ ସିକରପାଇ ଡାକ୍ତର ଖାନା ରୁ ଗିରଫ ହେଇଥିଲା ଦିଲୁ କଟକ ର ଚୌଦ୍ୱାର ପୋଲିସ ଆସି ସ୍ଥାନୀୟ ପୋଲିସ ସହାୟତାରେ। ସେତେବେଳେ ଏହି ଲୋକମାନେ ସେହି ଅପରାଧୀ ସହ ମିଳା ମିଶା କରିବା ଓ ଭୋଜି ଭାତ କରିବା ଅଧିକ ସମୟ ରାତ୍ରିରେ ମିଳା ମିଶା କରିବା ଗୁଜବ ଉଠିଥିଲା ତେଣୁ ସେହି ଲିଙ୍କ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ସାଧାରଣ ଲୋକ। ଏନେଇ ଡି ଏସ ପି ଦିବ୍ୟ ଜ୍ୟୋତି ଦାସଙ୍କୁ ପଚାରିବାରୁ ସେ ବନ୍ଧୁକ ଜବତ କଥା ମାନିଥିଲେ ଓ ଗିରଫ କରି ଥିବା କଥା କହିଲେ ଏବଂ ଏ ବିଷୟରେ ତଦନ୍ତ ଚାଲିଛି ଓ ସରିଲେ ସବୁ ଅବଗତ କରାଯିବ ବୋଲି କହିଛନ୍ତି।ଗତ କାଲି ଅଟକ ରଖିଥିବା ରଞ୍ଜିତ ନାୟକଙ୍କୁ ପୋଲିସ ଛାଡି ଦେଇଥିବା ବେଳେ ଆଜି ଅସମୀ ଗୋପାଳ ଚାମିଆ କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଗୋପାଳ ଜଣେ ଖଲସି କାମ କରେ ଓ ତାର ମାନସିକ ଭାରସାମ୍ୟ ଠିକ ନାହିଁ ବୋଲି ପରିବାର ତରଫରୁ ସଫେଇ ଦେଇଥିବା ବେଳେ ତାର ଆଗରୁ ଏଭଳି କୌଣସି ଅପରାଧିକ ପ୍ରବୃତ୍ତି ନାହିଁ ସେ ଜଣେ ଅତି ଗରିବ ଓ ମଜୁରିଆ ବୋଲି ଜଣା ପଡ଼ିଛି ଏହାର ସତ୍ୟାସତ୍ୟ କୁ ନିରପେକ୍ଷ ତଦନ୍ତ କରା ଗଲେ ସତ୍ୟ ପଦାକୁ ଆସିବ ବୋଲି ରାୟଗଡ ଭାଜପା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ ଦାସ କହିଛନ୍ତି। ଆଉ ପ୍ରଶ୍ନ କରିଛନ୍ତି କି ସିକରପାଇ ଠାରେ କୌଣସି ଲାଇସେନ୍ସ ମଦ ଦୋକାନ ନଥିବା ବେଳେ ଏତେ ମଦ ବୋତଲ କେଉଁଠୁ ଆସିଲା ତାହା ପୋଲିସ ର ସ୍ଵଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି।

related posts

Leave a Comment