Home Breaking News / ତାଜା ଖବର ଶୀତରେ ଥରୁଛି ଅଧା ଓଡିଶା: ଆଭ୍ୟନ୍ତରୀଣ ଜିଲ୍ଲାରେ ଅସମ୍ଭାଳ ଥଣ୍ଡା, ୧୯ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ

ଶୀତରେ ଥରୁଛି ଅଧା ଓଡିଶା: ଆଭ୍ୟନ୍ତରୀଣ ଜିଲ୍ଲାରେ ଅସମ୍ଭାଳ ଥଣ୍ଡା, ୧୯ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ଵର ୨୧।୧୨: ଶୀତରେ ଥରୁଛି ଅଧା ଓଡିଶା । ଆଭ୍ୟନ୍ତରୀଣ ଜିଲ୍ଲାରେ ଅସମ୍ଭାଳ ଥଣ୍ଡା । ରାଜ୍ୟର ୧୯ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ । ସଂଧ୍ୟା ହେବା ମାତ୍ରେ ଅନେକ ସ୍ଥାନ ଖାଁ ଖାଁ ହୋଇଯାଉଛି । କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଇଲାକାରେ ତୁଷାରପାତ ହେଉଛି । ସକାଳୁ ଘାସ ଉପରେ ବରଫର ହାଲୁକା ଆସ୍ତରଣ ଦେଖିବାକୁ ମିଳୁଛି । ପ୍ରବଳ ଥଣ୍ଡା, କୋହଲା ପବନ ସାଙ୍ଗକୁ ଘନ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଛି । ଦିନ-ରାତି ଲୋକେ ନିଆଁ ଜାଳି ତାପାଖରେ ବସୁଛନ୍ତି ।

ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ଦାରିଙ୍ଗବାଡି, ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ କରାଯାଇଛି । ଏହାତଳକୁ ରହିଛି ଫୁଲବାଣୀ- ଏଠାରେ ପାରଦ ୪ଡିଗ୍ରୀକୁ ଖସିଛି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲହରୀ ନେଇ ୭ଜିଲ୍ଲା- ସୁନ୍ଦରଗଡ, ଝାରସୁଗୁଡା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ରାଜ୍ୟର ୨୦ରୁ ଅଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ଦିନ ଲାଗି ଗାପ ଶୁଖିଲା ରହିବ, ରାତିର ସର୍ବନିମ୍ନ ତାପମାତ୍ରା ବଦଳିବ ନାହିଁ । ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ଡିଗ୍ରୀ ପର୍ଯ୍ୟନ୍ତ କମିବା ବେଳେ ଉପକୂଳ ଜିଲ୍ଲାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଭୁବନେଶ୍ବରରେ ସର୍ବନିମ ତାପମାତ୍ରା ୧୦ଡିଗ୍ରୀ ରେକର୍ଡ କରାଯାଇଛି ।

related posts

Leave a Comment