Home Breaking News / ତାଜା ଖବର ପାର୍ଶଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଂଜିଲାଲ କୋର୍ଟରେ ହାଜର

ପାର୍ଶଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଂଜିଲାଲ କୋର୍ଟରେ ହାଜର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼ ର ବହୁ ଚର୍ଚ୍ଚିତ ପାର୍ଶଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ ମେହେର କୁ ଚାର୍ଜଫ୍ରେମ ପାଇଁ ଆଜି ସ୍ତାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହଜାର କରାଯାଇଥିଲା ତେବେ ଏହାକୁ ଆଭାସୀ ମାଧ୍ୟମରେ କରାଜୀବାକୁ ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିବା ଦର୍ଶାଇ ଅଭିଯୁକ୍ତ ପୁଂଜିଲାଲଙ୍କ ଓକିଲ ସ୍ତାନୀୟ ଅଦାଲତରେ ଏକ ଆବେଦନପତ୍ର ଦାଖଲ କରିଥିଲେ। ଅନ୍ୟ ପକ୍ଷରେ ଉକ୍ତ ଆବେଦନକୁ ଅଗ୍ରାହ୍ୟ ଏବଂ ଖାରଜ କରାଯିବାକୁ ନିବେଦନ କରିବା ସହ ଅରୋପୀ ଭିତ୍ତିହୀନ ଭାବରେ କାଲକ୍ଷେପନ ନୀତି ଅବଲମ୍ବନ ନ କରିବାକୁ ସରକାରୀ ଓକିଲ ଆଶିଷ ଚନ୍ଦନ ମାନ୍ୟବର ଅଦାଲତକୁ ଅନୁରୋଧ କରିଛନ୍ତି। ମାନ୍ୟବର ଅଦାଲତ ଆଗାମୀ 13 ତାରିଖ ଦିନ ଏହାର ଶୁଣାଣିକରିବାକୁ ଦିନ ଧାର୍ଯ୍ୟ କରିଥିବା ସରକାରୀ ଓକିଲ କହିଛନ୍ତି। ସୂଚନା ଯୋଗ୍ୟ ଯେ ଗତ 2018 ଫେବୃଆରୀ 22 ତାରିଖରେ ପାର୍ଶଲ ବୋମା ବିସ୍ଫୋରଣରେ ସ୍ତାନୀୟ ବରମପୁରା ଛକରେ ରହୁଥିବା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ନବବିବାହିତ ପୁଅ ସମ୍ୟଶେଖର ଓ ସମ୍ପର୍କୀୟା ପିଉଷୀ ଜେମାମଣି ଦେବୀଙ୍କ ମୃତ୍ୟ ହୋଇଥିବା ବେଳେ ନବବଧୁ ଗୁରୁତର ହୋଇପଡିଥିଲେ ।

related posts

Leave a Comment