Home Breaking News / ତାଜା ଖବର ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଗାନିଙ୍ଗିଆ ଠାରେ ପାଳିତ

ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଗାନିଙ୍ଗିଆ ଠାରେ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-21/12(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଳକ ସମ୍ମିଳନୀ ପକ୍ଷରୁ ଗାନିଙ୍ଗିଆ ଠାରେ ପ୍ରି-ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଅଛି।ଏହି ଉତ୍ସବ ରେ ଫିରିଙ୍ଗିଆ ର ଖ୍ରୀଷ୍ଟପ୍ରେମୀ ଓ ବିଭିନ୍ନ ମଣ୍ଡଳୀର ବିଶ୍ଵାସୀ ମାନେ ପାଖାପାଖି ତିନିଶହ ରୁ ଉର୍ଦ୍ଧ ଲୋକ ଯୋଗ ଦେଇ ଖ୍ରୀଷ୍ଟ ଜନ୍ମ ମହୋତ୍ସବ ପାଳନ କରିଥିଲେ।ସଭା ଆରମ୍ଭ ରେ ପାଳକ ମାଥିଉ ଦିଗାଲ ପ୍ରାରମ୍ଭିକ ପ୍ରାର୍ଥନା କରି ସଭାପରିଚାଳନା କରିଥିଲେ।ପାଳକ ସମ୍ମିଳନୀର ସଭାପତି ଫାଦର ଜୁନସ ଦିଗାଲ,ମୁଖ ଅତିଥି ତଥା ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ସତ୍ୟନାରାୟଣ ବେହେରା ଙ୍କୁ ପ୍ରଦୀପ ପ୍ରଜୋଳନ ସହ କେକ କାଟିବା ପାଇଁ ଅନୁରୋଧ କରିଥିଲେ। ମିରାକିଲ ଉପାସନା ସଙ୍ଗୀତ ଦଳ ସଙ୍ଗୀତ ପରିବେଷଣ କରି ଲୋକଙ୍କୁ ଆକର୍ଷଣ କରିବାସହ ନାଚଗୀତ ସହ ପବିତ୍ର ଆତ୍ମାଙ୍କ ଉପସ୍ଥିତି କୁ କଢ଼େଇ ନେଇଥିବା ଦେଖିବାକୁ ମିଳିଥିଲା।ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ. ସୁର୍ଯ୍ୟ ନାରାୟଣ ବେହେରା ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ର ଉଦେଶ୍ୟ ସମସ୍ତ ମାନବ ଜାତି କୁ ପରିତ୍ରାଣ ଦେବା ,ସମସ୍ତଙ୍କୁ ପ୍ରେମ, ଶାନ୍ତି ଦେବା ନିମନ୍ତେ ପ୍ରଭୁ ଯୀଶୁ ଦେହବନ୍ତ ହୋଇ ଜଗତ କୁ ଆସିଥିଲେ ବୋଲି ପ୍ରଚାର କରିଥିଲେ। ଲୋକମାନେ ଆନନ୍ଦ ଉଲ୍ଲାସର ସହ ଖ୍ରୀଷ୍ଟ ଜନ୍ମ ମହୋତ୍ସବ ପାଳନ କରିଥିଲେ।ପୂର୍ବତନ ବିଧାୟକ ଦୁଗୁନି କଂହର,ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ କାନ୍ଧଗୌଡ଼ ସମାଜ ସଭାପତି ପ୍ରେମାନନ୍ଦ ମାଝୀ,ସାଂସଦ ପ୍ରତିନିଧି ଵିଷ୍ଣୁ ମଳିକ ସଂମାନିତ ଅତିଥି ଭାବେ ଯୋଗଦେଇଥିଲେ।ସଙ୍ଗୀତ ଦଳ ର ମୁଖ୍ୟ ସୁନୀଲ ବେହେରା, ସିଧାନ୍ତ ,ବରୁଣ ମଲିକ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବବଲି ,ବବୁଲୁ,ଶ୍ରୀୟା, ମାମୁନି ,ଅନୀଲ,ରୁତ,ବର୍ଷା, ସ୍ନେହଲତା,ଜ୍ୟୋତି,ଆଶିଷ ସାହାଣୀ, କାଳିଆ, ଉତ୍ତମ ଓ ପାଳକ ବନମାଳୀ ଦିଗାଲ ସୁନ୍ଦର ଭାବରେ ସୁନ୍ଦର ଭାବେ ପରିଚାଳନା କରିଥିଲେ। ପାଳକ ସମ୍ମିଳନୀ ର ପରାମର୍ଶ ଦାତା ଯୋହନ ଦିଗାଲ,ସୁରତ ଦିଗାଲ,ସହ ଅନ୍ୟାନ୍ୟ ପାଳକ ମାନେ ଉପସ୍ଥିତ ଥିଲେ ଓ ଶେଷରେ ପାଳକ ଉମେଶ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

related posts

Leave a Comment