Home Breaking News / ତାଜା ଖବର ରାଜ୍ୟରେ ୨ ବିଦେଶ ଫେରନ୍ତାଙ୍କ ଠାରେ ଓମିକ୍ରନ ଚିହ୍ନଟ ପରେ ବଢିଲା ଚିନ୍ତା

ରାଜ୍ୟରେ ୨ ବିଦେଶ ଫେରନ୍ତାଙ୍କ ଠାରେ ଓମିକ୍ରନ ଚିହ୍ନଟ ପରେ ବଢିଲା ଚିନ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶାରେ କବାଟ ବାଡେଇଲାଣି ଓମିକ୍ରନ । ବିଶ୍ୱରେ ଦେଖା ଦେଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନ ଭୂତାଣୁର ୨ଟି ନମୂନା ଓଡିଶାରୁ ଠାବ ହୋଇଛି । ଦୁଇ ଜଣ ବିଦେଶ ଫେରନ୍ତାଙ୍କ ନମୂନାରୁ ଏହା ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ । ଦୁଇ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଖୋର୍ଧା ଜିଲ୍ଲାରୁ , ଅନ୍ୟ ଜଣକ କଟକର । ଦୁଇ ଓମିକ୍ରନ ଆକ୍ରାନ୍ତ ପୁରୁଷ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ୪୩ ଏବଂ ଅନ୍ୟ ଜଣକ ୪୧ ବର୍ଷୀୟ । ନାଇଜେରିଆ ଏବଂ କତାର ଗସ୍ତ କରି ଫେରିବା ପରେ ତାଙ୍କ ଠାରେ ଏହି ମାରାତ୍ମକ ଭୂତାଣୁ ଠାବ ହୋଇଥିବା ଜଣାପଡିଛି । ଦୁଇ ଜଣ ଯାକ ବିଦେଶ ଫେରନ୍ତା ଗତ ୧୫ ତାରିଖରେ ଓଡିଶା ଆସିବା ପରେ ସେମାନେ କରୋନା ପଜିଟିବ୍ ଚିହ୍ନଟ ହୋଇଥିଲେ । ପରେ ସେମାନଙ୍କର ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ଯାଇଥିଲା । ସେଥିରୁ ଓମିକ୍ରନ ସ୍ପଷ୍ଟ ହୋଇଥିଲା ।

related posts

Leave a Comment