Home Breaking News / ତାଜା ଖବର ନରସିଂହପୁର ହାଟ ମାର୍କେଟ ୟାର୍ଡ ଉଦଘାଟିତ : ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ୨ଟି ସ୍ମାର୍ଟ ସ୍କୁଲର ଶିଳାନ୍ୟାସ

ନରସିଂହପୁର ହାଟ ମାର୍କେଟ ୟାର୍ଡ ଉଦଘାଟିତ : ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ୨ଟି ସ୍ମାର୍ଟ ସ୍କୁଲର ଶିଳାନ୍ୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର (ଶକ୍ତିଶ୍ୱର ରଣା ): ଆଜି ନରସିଂହପୁର ହାଟରେ ପୂର୍ବାହ୍ନରେ ହାଟର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମାର୍କେଟ ୟାର୍ଡ ଓ ଅତିରିକ୍ତ ଦୋକାନ ଗୃହ ଉଦଘାଟନୀ ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ହୋଇଯାଇଛି । ଏଥିରେ ୪୦ଟି ପିଣ୍ଡି ସହିତ ୩ଟି ନୂତନ ଦୋକାନ ଗୃହ ଅଛି । ଏହି ଉଦଘାଟନୀ ରେ ବ୍ଲକ ଚେୟାରମ୍ୟାନ ଶ୍ରୀ କିଶୋର ମିଶ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରଭାକର ମିଶ୍ର, ସମିତି ସଭ୍ୟ ରଞ୍ଜନ (ଟୁକୁ) ସ୍ୱାଇଁ ତଥା ହାଟ ବଜାର ସଂଘ, ଓସ୍ତନାରାୟଣୀ, ହରିଚନ୍ଦନପୁରର ଗ୍ରାମ୍ୟ ଓ ଯୁବ ସଂଘ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ନରସିଂହପୁର ବନ୍ଧହୁଡା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରେ ବଡ଼ମ୍ବାର ଦିନିଆରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମର କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ହୋଇଥିଲା । ଏହି ଅବସରରେ ବିନ୍ଦୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରାଯାଇଥିଲା ।

ବନ୍ଧହୁଡା ଠାରେ ଶ୍ରୀ କିଶୋର ମିଶ୍ର ବ୍ଲକ ଅଧ୍ୟକ୍ଷଙ୍କ ସହ ସର୍ବଶ୍ରୀ ମହେଶ୍ୱର ସାହୁ, ଭିକାରୀ ପ୍ରଧାନ, ବିମ୍ବାଧର ସାହୁ, ଭାଗିରଥି ସାହୁ, ପ୍ରମୋଦ ସାହୁ, ପୁରାତନ ଛାତ୍ର କଳିଙ୍ଗ ମହାଳିକ, ପ୍ରଧାନ ଶିକ୍ଷୟିତ୍ରୀ ହେମାବତୀ ପ୍ରଧାନ, ସମାଜ ସେବୀ ଅଜୟ ପଣ୍ଡା, ସରପଞ୍ଚ ପ୍ରିୟମ୍ବଦା ସାହୁ ଓ ଆଡଭୋକେଟ ରଶ୍ମି ପ୍ରଧାନ ଉପସ୍ଥିତ ଥିଲେ ।

ଦିନିଆରୀ ଠାରେ ସ୍ମାର୍ଟ ବିଦ୍ୟାଳୟ ର ଶିଳାନ୍ୟାସ ପରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା ଅବସରରେ ମୁଁ ପଂଚାୟତ ଅଧିବାସୀ ଓ ହିତାଧିକାରୀ ମାନଙ୍କ ସହ ବିଧାୟକ ଶ୍ରୀ ମିଶ୍ର ମତବିନିମୟ କରିଥିଲେ । ଏହି ଉଚ୍ଚ ବିଦ୍ୟାଳୟ ନିକଟ ଅତୀତରେ ନିର୍ମିତ ଓ ବର୍ତ୍ତମାନ ଶିଳାନ୍ୟାସ କରାଯାଇଥିବା କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟିତ ହେଉଛି ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସରପଞ୍ଚ ମାନଶ୍ୱିନୀ , ପ୍ରଶାନ୍ତ, ଗୋବର୍ଦ୍ଧନ, ସମୀର, ଆଲୋକ ସାହୁ, କମିଟି ସଭାପତି ବିଷ୍ଣୁ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

related posts

Leave a Comment