Home Breaking News / ତାଜା ଖବର କନ୍ଧମାଳଚାଷୀଙ୍କୁ ସ୍ୱାବଲମ୍ବୀ କରିଛି ଉଠାଜଳସେଚନ ବିଭାଗ

କନ୍ଧମାଳଚାଷୀଙ୍କୁ ସ୍ୱାବଲମ୍ବୀ କରିଛି ଉଠାଜଳସେଚନ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୧/୧୨( ସୁନୀଲ ପଟନାୟକ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ । ଏହି ଜିଲ୍ଲାରେ ଶତକଡ଼ା ୭୦ ପ୍ରତିଶତ ଲୋକ ଆଦିବାସୀ । ସମସ୍ତେ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଜିଲ୍ଲାରେ ତେବେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ଚାଷୀ। ଜିଲ୍ଲାରେ ମୋଟ ଚାଷଜମି ୧ ଲକ୍ଷ ୨୪ ହଜାର ହେକଟର ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଚାଷ ଜମିକୁ ଖରୀଫ ଋତୁରେ ଜଳସେଚନର ବ୍ୟବସ୍ଥା ରହିଛି । ରବୀରେ ଜଳସେଚନ ବ୍ୟବସ୍ଥା ନାହିଁ କହିଲେ ଚଳେ।ହେଲେ ବର୍ତ୍ତମାନ ଉଠାଜଳସେଚନ ବିଭାଗ ଚାଷୀଙ୍କ ଜମିକୁ ବର୍ଷ ତମାମ ଜଳସେଚନ ଯୋଗାଇଦେବା ଲାଗି ହାତ ବଢାଇଛି। ଗ୍ରାମାଞ୍ଚଳରେ ଉଠା ଜଳ ସେଚନ ପ୍ରକଳ୍ପମାନ ନିର୍ମାଣ କରିବା ଫଳରେ ଏବେ ସେମାନେ ଖରୀଫ ଓ ରବି 6ର ଚାଷ କରି ବେଶ ଦି ପଇସା ଲାଭ କରିବା ସହ ହସଖୁସିରେ ପରିବାର ଚଳାଉଛନ୍ତି। ନିଜ ପିଲାମାନଙ୍କୁ ପାଠଦିଅକ୍ଷର ମଧ୍ୟ ପଢ଼ାଉଛନ୍ତି ଏହିସବୁ ଗ୍ରାମର ଲୋକେ । ରହିବାଲାଗି ସୁନ୍ଦର ଘର ମଧ୍ୟ ନିର୍ମାଣ କରି ପାରିଛନ୍ତି । କୋରନା ମହାମାରୀ ସମୟରେ ଦାବନ ଖଟିବାକୁ ଯାଇ ରାଜ୍ୟ ବାହାରେ ଥିବା ଆଦିବାସୀ ଯୁବକ ଯୁବତୀମାନେ ଗ୍ରାମକୁ ଫେରି ବେକାର ବସିଥିଲେ ।ବିଭାଗ ପକ୍ଷରୁଏବେ ୧୪ ଲକ୍ଷ ୯୨ହଜାର ଟଙ୍କା ବାୟରେ ରାଇକିଆ ବ୍ଳକର ବନସୁଗା ନାଳ ନହୁଡି ମାହା-୧ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ଫଳରେ ସେମାନେ ଚାଷ ପ୍ରତି ମନ ବଳାଇଥିବା ଗ୍ରାମର ପ୍ରଦୀପନା ଏକ, ସୁମିତ୍ରା ମଲିକ,ସନ୍ତୋଷ ପ୍ରଧାନ, ରାଜେନ୍ଦ୍ର ମଲିକ ପ୍ରମୁଖ ଚାଷୀ କହିଛନ୍ତି ।ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳ ୪୨ଜଣ ଗରୀବ ନାମ ମାତ୍ର କ୍ଷୁଦ୍ର ଚାଷୀ ଉପକ୍ରତ ହୋଇ ପାରିଛନ୍ତି । ଏହି ପ୍ରକଳ୍ପ ଖରୀଫରେ ୨୦ହେକ୍ଟର ଓ ରବୀରେ୧୨ ହେକ୍ଟର ଜମିକୁ ଜଳସେଚନ ଯୋଗାଉଛି । ସେହିପରି ଓଲମନାଳର ଜଳ ପ୍ରବାହ ମାଧ୍ଯମରେ ୧୬ଲକ୍ଷ ୨୦ହଜାର ଟଙ୍କା ବାୟରେ ଆଉ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଅଞ୍ଚଳର ୩୮ ଜଣ ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି। ଏହି ଉଠାଜଳସେଚନ ପ୍ରକଳ୍ପ ଖରୀ ଫ ଋତୁରେ ୧୬ ହେକ୍ଟର ଓ ରବୀରେ ୧୨ ହେକ୍ଟର ଜମିକୁ ଜଳସେଚିତ କରୁଛି । ସେହିପରି କନୂଆଗାଁ ବ୍ଲକ ଜଣ ଚାଷୀଙ୍କୁ ଗଭୀର ନକକୁପଯୋଗାଇ ଦିଆଯାଇଛି । ଏହାଦ୍ୱାରା ଜିଲ୍ଲା ର ଅର୍ଥ ନିତିକୁ ଉର୍ଦ୍ଧ୍ଵ ଗାମୀ କରିବା ସହ ରାଜ୍ୟର ଅର୍ଥନିତୀ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାର ଓ କନ୍ଧମାଳ ଜିଲ୍ଲା ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂରୁଦ୍ରପ୍ରସାଦ ମିଶ୍ର ଓ ସହକାରୀ ଯନ୍ତ୍ରୀଙ୍କ ଆନ୍ତରୀକତା,ନିଷ୍ଠାପର ଉଦ୍ୟମ ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି । ଲୋକେ ଏବେ ପଡିଆ ପଡିଥିବା ଜମିରେ ଚାଷ କରୁଛନ୍ତି । ବର୍ତ୍ତମାନ ପଡ଼ିଆ ଭୁଇଁରେ ସୁନାଫିଳିଛି । ପଡ଼ିଆ ପଡିଥିବା କ୍ଷେତ ଏବେ ଧାନ, ସାଙ୍ଗକୁ ଭଳି କିଭଳି ପନି ପରିବାରେ ପୁରି ଉଠିଛି । ସେମାନେ ଏବେ ଦାଦନ ଖଟିବାକୁ ନଯାଇ ଚାଷ କାମରେ ମନ ନିବେଶ କରିଛନ୍ତି ଆଉ ଉଠାଜଳସେଚନ ବିଭାଗ ଅଧିକାରୀମାନଙ୍କୁ ଭୁରି ଭୁରି ପ୍ରଶସାଂ ରେ ପୋତି ପକାଇଛନ୍ତି ।

related posts

Leave a Comment