Home Breaking News / ତାଜା ଖବର ୧୫୦ ଏକର ଗଞ୍ଜେଇ ଗଛ କାଟିସଫା କଲା ସଦର ପୋଲିସ

୧୫୦ ଏକର ଗଞ୍ଜେଇ ଗଛ କାଟିସଫା କଲା ସଦର ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -୨୧ /୧୨ (ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ମଙ୍ଗଳବାର ସଦର ପୋଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି, l
ଫୁଲବାଣୀ ବ୍ଲକ ର କେରେଡ଼ିଓ ଗୁମା ଗଡ଼ ପଞ୍ଚାୟତ ର ପନସଖୋଲ, କlମ୍ବlଗୁଡ଼ା, ମାଙ୍କଡ଼ିଜିରୀଆଦି ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଇଥିବାନେଇ କୈାଣସି ସୁତ୍ରରୁ ଖବର ପାଇଫୁଲବାଣୀ ସଦର ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଓ ଫୁଲବାଣୀ ଅବକାରୀ ବିଭାଗରକର୍ମଚାରୀ, ଆର ଆଇ. ମାଜିଷ୍ଟ୍ରେଟ ଙ୍କ ମିଳିତ ସହଯୋଗରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧ ୫ 0ରୁ ଉର୍ଦ୍ଧ ଏକର ପରିମିତ ଜମି ରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି,ଏ ସଂକ୍ରାନ୍ତରେ ସଦର ଥାନା ରେ ୧୬୯/୨୧ ଧାରା 20(ଏ )ଏନ ଡ଼ି ପି ଏସ ରେ ଏକ ମାମଲା ରୁଜୁ କରି ଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ସେ କହିଛନ୍ତି l
ସଦର ଥାନା ଅଧିକାରୀ ଭାବେ ପ୍ରଶାନ୍ତ ବେହେରା ଦାଇତ୍ୱ ଗ୍ରହଣ କରିବା ପରଠାରୁ ସଦର ଥାନା ଅଂଚଳ ରେ ଗଂଜେଇ ଚୋରା ଚାଲାଣ କାରବାର କମିବା ସହ ଚୋରି, ଡକାୟତି, ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ପୂର୍ବାପେକ୍ଷା କମ ହୋଇଥିବା ଜଣାପଡିଛି l
ସଦର ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟଦକ୍ଷତା ଯୋଗୁଁ ଏସବୁ ସଂଭଵ ହୋଇପାରିଛି l

related posts

Leave a Comment