ଫୁଲବାଣୀ-୨୧/୧୨ (ସୁନୀଲ ପଟନାୟକ)
ସରକାର ଲୋକଙ୍କୁ ସ୍ଵଛ ଶାସନ ଦେବପାଇଁ ଏବେ ଗଲା କିଛିବର୍ଷ ହେଲା ୫ଟି ଲାଗୁ କରିଛନ୍ତି । ସବୁ କିଛି ନିତି ନିୟମ ପ୍ରକାରେ ସ୍ଵଛତାର ସହ କାର୍ଯ୍ୟ କରାଯାଉଥିବା କଥା ବି କହୁଛନ୍ତି । ଆବଶ୍ୟକସ୍ଥଳେ ଡେପୁଟେସନରେ ଥିବା କର୍ମଚାରିଙ୍କ ଡେପୁଟେସନ ବାତିଲ କରାଯାଉଛି। ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ ଜଣେ ମହିଳାଏ ବି ଡି ଓ ଶାନ୍ତିଲତା ପଣ୍ଡା ବର୍ଷେ କି ଦୁଇ ବର୍ଷ ନୁହେଁ ଜଏନ କରିବାପରଠାରୁ ଦୀର୍ଘ ୬ /୭ବର୍ଷ ହେଲା କୁଆଡ଼େ ଡେପୁଟେସନରେ ରାଜଧାନୀର ଏସ.ଆଇ.ଆର.ଡି ରେ କାର୍ଯ୍ୟକରୁଥିବା କୁହାଯାଉଛି ।
ଦରମା ଏଠାରୁ ନେଉଥିବାବେଳେ କାମ କରୁଛନ୍ତି ରାଜଧାନୀରେ । ଏପଟେ ଅଫିସର ଅଭାବରୁ ୨୪ ଟି ପଞ୍ଚାୟତ ବିଶିଷ୍ଟ ଫିରିଙ୍ଗିଆ ବ୍ଳକରେ ଆଶାନୁରୂପ ଭାବେ ଉନ୍ନୟନ୍ନ ମୂଳକ କାମ ହୋଇପାରୁନି କିଛି ।
ସୂଚନାଯୋଗ୍ୟଯେ ଗତ ୨/୩/୨୦୧୫ ରୁ ଏହି ମହିଳା ଅତିରିକ୍ତ ବିଡିଓ ଶାନ୍ତିଲତାପଣ୍ଡା ଡେପୁଟେସନରେ ଅଛନ୍ତି ।
ବିଡିଓ ସବୁଜାଣିଚୁପ । କର୍ମଚାରୀ ଙ୍କଅଭାବ ସତ୍ତ୍ୱେ ଡେପୁଟେସନରେ ଥିବା ଅତିରିକ୍ତ ବିଡିଓ ଶାନ୍ତିଲତା ପଣ୍ଡାଙ୍କ ଡେପୁଟେସନ କ୍ୟାନସେଲ ନିମନ୍ତେ ଆଦୌ ଉଦ୍ୟମ କରି ନ ଥିବା ଜଣାପଡିଛି । ଜିଲ୍ଲା ପାଳ ଙ୍କୁ ନା ୫ଟି ସଚିବଙ୍କୁ ଜଣାଇ ନ ଥିବା କୁହାଯାଉଛି। ଏବେ କୁ ଆଡେ ବିଳମ୍ବରେ ହେଲେ ବି ସରକାର ଡେପୁଟେସନରେ ଶାନ୍ତିରେ ଥିବା ଏହି ମହିଳା ଏ .ବିଡିଓ ଶାନ୍ତିଲତା ପଣ୍ଡାଙ୍କ ଯାଜପୁର ବ୍ଳକ କୁ ବଦଳୀ କରି ଉକ୍ତ ସ୍ଥାନରେ ସୁବାସ ଚନ୍ଦ୍ର ଜାନୀ ଙ୍କୁ ନିଯୁକ୍ତି ଦେଇ ବଦଳୀ ଅର୍ଡର ପ୍ରକାଶ କରିଥିଲେ । ବଦଳୀ ଅର୍ଡର ପାଇ ଗତ ୧୧ତାରିଖରେକାର୍ଯ୍ୟରେ ଯୋଗଦେବାକୁ ଆସିଥିବା ନୂତନ ଏବି ଡି ଓ ସ୍ଵାଇଁଙ୍କ ଜଏନିଙ୍ଗ ରିପୋର୍ଟ ଫିରିଙ୍ଗିଆବିଡିଓଗ୍ରହଣ ନକରି ଜାଣିଶୁଣି ହଇରାଣ ହରକତ କରିବା ଫଳରେ ସେ ଜଏନିଙ୍ଗ ରିପୋର୍ଟ ଦେଇ କୁଆ 6ଡ ଛୁଟିରେ ଥିବା ଶୁଣିବାକୁ ମିଳୁଛି । ପୂର୍ବରୁ ଡେପୁଟେସନରେ ଥିବାମହିଳା ଅତିରିକ୍ତ ବିଡିଓ ଶ୍ରୀମତି ପଣ୍ଡା ବଦଳୀ ବାତିଲ କରି ପୁଣି ଏଠାରେ ରହିବା ଲାଗି ଉଦ୍ୟମ କରୁଥିବା ଜଣାପଡିଛି ।
ତେବେ ଆଗକୁପଞ୍ଚାୟତ ନିର୍ବାଚନ ଥିବାରୁ ଅତିରିକ୍ତ ବିଡିଓ ଙ୍କ ନିର୍ବାଚନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ମଧ୍ୟରହିଛି। ଏପରି ସ୍ଥଳେ ଏଠାରେ କାମ ନକରି ଲକ୍ଷ ଲକ୍ଷଟଙ୍କା ଏଠାରୁ ଦରମା ନେଇ ଦୀର୍ଘବର୍ଷ ଧରି ଡେପୁଟେସନରେ ଥିବା ଏହି ମହିଳା ଅଫିସରଙ୍କୁ କାହାସ୍ୱାର୍ଥ ପାଇଁ ଓ କାହା ଚାପରେ ପଡ଼ି ପୁଣି ବିଡିଓ ଏଭଳି ଚକ୍ରାନ୍ତ ଚଳାଇଛନ୍ତି ଜଣାପଡୁନି ।
ଏହି ବ୍ଳକରେ
କୁଆଡେ କାମ କମ ପିସି ଓ ରାଜନିତି ଅଧିକା ହେଉଥିବା ଶୁଣିବାକୁ ମିଳୁଛି। ଆଗ ପିସିପରେ ବିଲ ନ ହେଲେ ବିଲ ପେମେଣ୍ଟ କଥା ଭୁଲିଯାଅ ବୋଲି ଯନ୍ତ୍ରୀ ଠୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଯାଏ ସମସ୍ତେ ଖୋଲାଖୋଲି କହୁଥିବା ଅଭିଯୋଗ ହେଉଛି ।
ବିଡିଓ ରଶ୍ମିରଂଜନ ମହାନ୍ତ ପତ୍ନୀ ଆମୁହତ୍ୟା ମାମଲାରେ ଛନ୍ଦି ହୋଇ ସବୁବେଳେଟେନସନରେ ରହୁଥିବାରୁ ବ୍ଳକରେ ଆଶାନୁରୂପ ଭାବେ ଉନ୍ନୟନ୍ନ ମୂଳକ କାମ କିଛି ହେଉ ନ ଥିବା କୁହାଯାଉଛି ।
ଏଥି ପ୍ରତି ରାଜ୍ୟ ନିର୍ବାଚନ କମିଶନର ଓ ୫ଟି ସଚିବ ଦୃଷ୍ଟିଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।
ଆଗକୁ ପଂଚାୟତ ନିର୍ବାଚନ: ଦୀର୍ଘ ୭ବର୍ଷ ହେଲା ଫିରିଙ୍ଗିଆ ଏବିଡିଓ ଡେପୁଟେସନରେ, ଦରମା ଏଇଠୁ କାମ ଭୁବନେଶ୍ଵରରେ
Share with