ରାୟଗଡ-୨୦/୧୨-(ଧନେଶ୍ବର ରାଉତ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ପାତ୍ରଗୁଡା ପଞ୍ଚାୟତ ସର୍ଗିଗୁଡା ଗ୍ରାମ ଛକ ନିକଟରେ ମୁନିଗୁଡା ଅଭିମୁଖେ ଯାଉଥିବା ନିଳଗିରି କାଠ ଵୋଝେଇ ଟ୍ରକ ସର୍ଗିଗୁଡାଛକ ନିକଟରେ ସର୍ଗିଗୁଡାକୁ ଯାଉଥିବା ବାଇକ୍ ଆରୋହୀ ଦୁଜଣ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଆହାତ ବ୍ୟକ୍ତି ଉପେନ୍ଦ୍ର ବାଗ୍ ଓ ସୁନିଲ୍ କାଡ୍ରାକା ଙ୍କୁ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପାଇଁ ନିଆଯାଇଥିଲା।କିନ୍ତୁ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରି ବିଷମକଟକ ଖ୍ରିଷ୍ଟିୟାନ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତମାନଙ୍କ ଘର ଵିଜାଵଣ୍ଡଳୀ ଓ ସର୍ଗିବାଡି ଅପରାହ୍ନ ବୋଲି ଜଣାପଡିଛି।ଦିନ ଅପରାହ୍ନ ଦୁଇଟାରେ ସମୟରେ ଏହି ଘଟଣା ଘଟିଛି । ଜଗଦଲପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜଵତ କରି ଜଗଦଲପୁର ରେ ଅଟକ ରଖିଛି। ରୋଗୀ ମାନଙ୍କ ଅବସ୍ଥା ଗୁରୁତର ଓ ଜଟିଳ ଥିବାରୁ ଆଗକୁ କଣ ହେବ ଏହା କହିବା କଷ୍ଟକର ହେବ। ପୋଲିସ ତଦନ୍ତ କରି ଡ୍ରାଇଭର କୁ କୋର୍ଟ ଚାଲାଣ କରିବ ବୋଲି ଜଣା ପଡ଼ିଛି।
ନୀଳଗିରି କାଠ ବୋଝେଇ ଟ୍ରକ ଧକାରେ ୨ ଯୁବକ ଗୁରୁତର
Share with
previous post