Home Breaking News / ତାଜା ଖବର ଵିଳମ୍ବିତ ରାତିରେ ବିଚାରପତିଙ୍କ ଘରୁ ତାଲା ଭାଙ୍ଗି ଚୋରି,ପୋଲିସ ତଦନ୍ତ ଆରମ୍ଭ

ଵିଳମ୍ବିତ ରାତିରେ ବିଚାରପତିଙ୍କ ଘରୁ ତାଲା ଭାଙ୍ଗି ଚୋରି,ପୋଲିସ ତଦନ୍ତ ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -20/12(ସୁନୀଲ ପଟନାୟକ )
ଫୁଲବାଣୀ ସହର ର ନଦିଖଣ୍ଡି ସାହି ରେଥିବା ବିଚାରପତି ଙ୍କ ସରକାରୀ ବାସ ଭବନ ରୁ ରବିବାର ବିଳମ୍ବିତ ରାତି ରେଦୁର୍ବୁତ୍ତ ମାନେ ତାଲା ଭାଙ୍ଗି
ମୂଲ୍ୟବାନ ସାମଗ୍ରି ଚୋରି ହୋଇଯାଇଥିବା ଜଣାପଡିଛି l
ତେବେ ଲିଗାଲ ଆଡ଼ ସଚିବଶ୍ରୀମତୀ ପତଞ୍ଜଳି ସାହୁ ଛୁଟିରେ ନିଜ ଗ୍ରାମ କୁ ଯାଇଥିଲେ l
ସେ ଅନୁପସ୍ଥିତ ଥିବା ଖବର ପାଇ ଦୁର୍ବୁତ ମାନେ ବେଶ ଆରାମ ରେ ତାଲା ଭାଙ୍ଗିସମସ୍ତ ମୂଲ୍ୟବାନ ସାମଗ୍ରି ଚୋରିକରି ନେଇ ପଳେଇଥିବା ଅନୁମାନ କରାଯାଉଛି l
ଏ ନେଇ ବରିଷ୍ଠ କିରାଣୀ ଟାଉନଥାନା ରେ ଏତଲା ଦେଇଛନ୍ତି l
ଯଦି ବିଚାରପତି ଙ୍କ ଘରୁ ଚୋରି ହେଉଛି ତା ହେଲେ ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି l
ପୋଲିସ ପେଟ୍ରୋଲିଙ୍ଗ ଠିକ ଭାବେ ନିୟମିତ ହେଉନଥିବା ରୁ ସହରରେ ଚୋରି ବୃଦ୍ଧିପାଉଥିବା ଅଭିଯୋଗ ହେଉଛି l
ତେବେ ବିଚାରପତି ଙ୍କ ରାତ୍ର ଜଗୁଆଳି ଥିବା ସତ୍ୱେ ଚୋର କିଭଳି ଘରେ ପଶିଲା ସେନେଇ ପ୍ରଶ୍ନ ଉଠିଛି l
ଟାଉନ ଥାନା ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଚୋରି ସାମଗ୍ରି ଉଦ୍ଧାର କଟାଇପାରିନଥିବା ବେଳେ ଚୋର ର ସନ୍ଧାନ ମଧ୍ୟ ପାଇନି lତେବେ ବିଚାରପତି ଶ୍ରୀମତୀ ସାହୁ ଙ୍କ କଣ ସବୁ ଚୋରି ହୋଇଛି ତାହା ସେ ଆସିବା ପରେ ଜଣାପଡିବ

related posts

Leave a Comment