Home Breaking News ପ୍ରତିଦିନ କଫି ପିଅନ୍ତୁ ,ଯାହା ଆପଣଙ୍କୁ ରଖିବ ଫିଟ୍

ପ୍ରତିଦିନ କଫି ପିଅନ୍ତୁ ,ଯାହା ଆପଣଙ୍କୁ ରଖିବ ଫିଟ୍

by Times One Odia
Share with
     
 
 
   

କଫିରେ ବେଶ ଅଧିକ ଆଣ୍ଟି ଅକ୍ସିଡେଣ୍ଟ ଏବଂ ସକ୍ରିୟ ଯୌଗିକ ପଦାର୍ଥ ରହିଛି । କଫିରେ ବହୁ ଲାଭଦାୟକ ଗୁଣ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ। କଫି ପିଇବା ଦ୍ବାରା ଲିଭରଗତ ସମସ୍ୟା କମିଯାଇଥାଏ, ଏହା ମଧୁମେହକୁ ନିୟନ୍ତ୍ରଣରେ ରଖିଥାଏ । ସ୍ନାୟୁଗତ ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥଏ କଫି ।

କଫିରେ ଉପଯୁକ୍ତ ପରିମାଣର କେଫିନ ରହିଛି । ପ୍ରତ୍ୟେକ କପ କଫିରେ ୮୦ ରୁ ୧୨୦ ମିଲିଗ୍ରାମ କେଫିନ ରହିଥାଏ | ଦୈନିକ ୪୦୦ ମିଲିଗ୍ରାମ କାଫେନ ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ।

ତେବେ ଦୈନିକ ୫୦୦ ରୁ ୬୦୦ ମିଲିଗ୍ରାମ କାଫେନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ଏହା ଆମର ସ୍ନାୟୁତନ୍ତ୍ରିଗୁଡିକୁ ଭାରାକ୍ରାନ୍ତ କରିଥାଏ । ଯାହାଫଳରେ ଅନିଦ୍ରା, ଚିଡଚିଡ଼ ହେବା, ପେଟ ବିନ୍ଧା, ଅନିଶ୍ଚିତତା, ଛୋଟ ଛୋଟ କଥାରେ ଅଧୀର ହୋଇପଡିବା, ମାଂସପେଶୀ କମ୍ପନ ହେବା ଭଳି ସମସ୍ୟା ଦେଖାଦେଇଥାଏ |ତେବେ ପ୍ରତ୍ୟେକ ମଣିଷ ଭିତରେ ଏହାର ଅଲଗା ଅଲଗା ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ |

କଫିରେ ଅତ୍ୟଧିକ ପରିମାଣର ଚିନି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ବ୍ଲାକ କଫି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ସକାଳୁ ସକାଳୁ ବ୍ଲାକ କଫି ପିଇଲେ ମେଦ ହ୍ରାସ ପାଇଥାଏ ।ବ୍ଲାକ କଫି ଓଜନ ହ୍ରାସରେ ସହାୟକ ହୋଇଥାଏ । କଫି ପିଇବା ଦ୍ୱାରା ପୁରୁଷ ମାନଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ସମ୍ଭାବନା ୨୦ ପ୍ରତିଶତ କମିଯାଇଥାଏ । ମହିଳାମାନଙ୍କ କ୍ଷେତ୍ରରେ ଗର୍ଭାଶୟ ଜନିତ କ୍ୟାନ୍ସରର ଆଶଙ୍କା ୨୫ ପ୍ରତିଶତ କମିଯାଇଥଏ | ଦିନକୁ ୨ କପ କଫି ପିଇବା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମିଯାଇଥାଏ |

related posts

Leave a Comment