Home Breaking News / ତାଜା ଖବର ବୁଦ୍ଧି ଦେବୀ ହାଇସ୍କୁଲ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ବୁଦ୍ଧି ଦେବୀ ହାଇସ୍କୁଲ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -20/12(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ, ଘୁଡୁକା ପଦର ଗ୍ରାମର ବୁଦ୍ଧି ଦେବୀ ଉଚ୍ଚ ବିଦ୍ୟା ପୀଠ ସ୍କୁଲ ଠାରେ ପୁରାତନ ଛାତ୍ର ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଉକ୍ତ ସଭା କାର୍ଯ୍ୟ ରେ ରେ ବିଭିନ୍ନ ଅଞ୍ଚଳରୁ ୩୫ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ସ୍କୁଲ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟ କ୍ରମ ଆନନ୍ଦଉଲ୍ଲାସ ର ସହ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରି ବୃନ୍ଦ, ଅଶୋକ କୁମାର୍ ପାତ୍ର, ପ୍ରଫୁଲ୍ଲ ବିଷୋୟୀ, ଯୋଗ ଦେଇ ପୁରାତନ ଛାତ୍ର ମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ l
ଏହି ଅବସରରେ ହାଇସ୍କୁଲ ର ଉନ୍ନତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା l

ଏହି କାର୍ଯ୍ୟ କ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ , କେଶବ ବେହେରା, ମାନସ ସଠୁଆ , ନିରଞ୍ଜନ ବେହେରା, ଚକ୍ର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

related posts

Leave a Comment