Home Breaking News ପାନାମା ପେପର୍ସ ଲିକ୍‌ ମାମଲା : EDରେ ହାଜର ହେଲେ ଐଶ୍ବର୍ଯ୍ୟା ରାୟ

ପାନାମା ପେପର୍ସ ଲିକ୍‌ ମାମଲା : EDରେ ହାଜର ହେଲେ ଐଶ୍ବର୍ଯ୍ୟା ରାୟ

by Times One Odia
Share with
     
 
 
   

ବହୁ ଚର୍ଚ୍ଚିତ ପାନାମା ପେପର୍ସ ସହ ଜଡିତ ମାମଲାରେ ପଚରାଚରା ପାଇଁ ଇଡିରେ ହାଜର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଏ ନେଇ ପୂର୍ବରୁ ଐଶ୍ବର୍ଯ୍ୟାଙ୍କ ସମନ୍‌ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ଇଡି ସମନ୍‌ ପ​‌ରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ଐଶ୍ବର୍ଯ୍ୟା ରାୟ । ତାଙ୍କ ପୂର୍ବରୁ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ସମନ୍‌ ଜାରିକରିଥିଲା ଇଡି ।

ପାନାମା ପେପର୍ସ ମାମଲାରେ ପୂର୍ବରୁ ମଧ୍ୟ ଐଶ୍ବର୍ଯ୍ୟା ରାୟଙ୍କୁ ଦୁଇଥର ପଚରାଉଚରା ପାଇ ଡାକିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । କିନ୍ତୁ ସେ ନୋଟିସ୍‌କୁ ସ୍ଥଗିତ କରିବା ପାଇଁ ଅପିଲ କରିଥିଲେ । ଗତ ନଭେମ୍ବର ୯ତାରିଖରେ ଐଶ୍ବର୍ଯ୍ୟା ରାୟଙ୍କୁ ନୋଟିସ ଜାରିକରିବା ସହ ୧୫ ଦିନ ମଧ୍ୟରେ ହାଜର ହେବାପାଇଁ କୁହାଯାଇଥିଲା । କିନ୍ତୁ ସେ ବ୍ୟକ୍ତିଗତ ଭାବେ ହାଜର ନହୋଇ ଇମେଲ ଜରିଆରେ ଜବାବ ଦେଇଥିଲେ ।

ସୂଚନାଯୋଗ୍ୟ, ପାନାମା ପେପର୍ସ ଲିକ୍‌ ଘଟଣାରେ ମୋସାକ୍‌ ଫୋନସେକା ନାମକ ଏକ କମ୍ପାନୀର କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲିକ୍ ହୋଇଥିଲା । ଜର୍ମାନୀର ଏକ ନ୍ୟୁଜ ପେପରରେ ଗତ ୨୦୧୬ ମସିହା ଏପ୍ରିଲ ୩ ତାରିଖରେ ପ୍ରକାଶ ପାଇଥିଲା । ଏଥିରେ ଭାରତ ସମେତ ପ୍ରାୟ ୨୦୦ ଦେଶର ରାଜନେତା, ବଡ ବଡ ବ୍ୟବସାୟୀ, ସେଲିବ୍ରିଟିଙ୍କ ନାଁ ସାମିଲ ଥିଲା । ଏମାନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ ହୋଇଥିଲା । ପାନାମା ପେପର୍ସ ଲିକ୍‌ ମାମଲା ସେତେବେଳେ ସାରା ବିଶ୍ବରେ ଚହଳ ପକାଇଥିଲା ।

related posts

Leave a Comment