Share with
ଫୁଲବାଣୀ ,ତା ୨୦।୧୨(ସୁନୀଲ ପଟନାୟକ): ଲାଞ୍ଚ ଦିଅ ରାସନ କାର୍ଡ ନିଅ lଲାଞ୍ଚ
ନାହିଁ ତ ରାସନ କାର୍ଡ କଥା ଭୁଲିଯାଅ lବ୍ଲକ ରେ ଦାଇତ୍ୱ ରେ ଥିବା ଏମ ଆଇ ବାବୁ କୁଆଡେ ଖୋଲାଖୋଲି ଭାବେ ହିତାଧିକାରୀ ଙ୍କୁ କହୁଥିବା ଅଭିଯୋଗ ହେଉଛି lଏ ନେଇ ଅଭିଯୋଗ କଲେ ବି ଡିଓ ଶୁଣୁନାହାଁନ୍ତି l
କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରୁ ଏଭଳି ଅଭିଯୋଗ ଆସିଛି l ସେହିପରି ଏହି ବ୍ଲକ ରେ ହିତାଧିକାରୀମାନଙ୍କୁ ଓଜନ ରେ କମ ଦେବାସହ ନିମ୍ନ ମାନର ଚାଉଳ ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ହେଊଛିl
ଏହି ବ୍ଲକ ରେ ୧୪ ଗୋଟି ଗ୍ରାମପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ତିନି ହଜାରରୁ ଅଧିକ ଲୋକଙ୍କ ରାସନକାର୍ଡରେ ନାମ ସଂଯୋଗ ହୋଇନଥିବା ବେଳେ ସେମାନେ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି l ।ସେହିଭଳି ଅନେକ ମହିଳାଙ୍କ ଅଭିଯୋଗ ପ୍ରକାରେ ସେମାନଙ୍କ ବିବାହ ପରେ ପିଲାଛୁଆଙ୍କୁ ୪ ବର୍ଷ ହେଲାଣି ଅଥଚ ଏଯାଏଁ ସେମାନଙ୍କ ନାମ ରାସନକାର୍ଡ ରେ ସଂଯୋଗ ହେଉନାହିଁ କିମ…