Home Breaking News / ତାଜା ଖବର ଅତୀତର ଅନ୍ଧକାର ଓ ଅଵଵସ୍ଥା ଆଡୁଆଳରେ ଘୁମୁସର ଗଡ କୁଲାଡ

ଅତୀତର ଅନ୍ଧକାର ଓ ଅଵଵସ୍ଥା ଆଡୁଆଳରେ ଘୁମୁସର ଗଡ କୁଲାଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଂଜାମ ଜିଲ୍ଲା ଉଂଜନଗର ଵ୍ଳକ ଅନ୍ତର୍ଗତ ଵର୍ତମାନ କୁଲାଡ ଗ୍ରାମ ପଂଚାୟତ ଅତୀତ ଘୁମୁସର ଗଡ଼ଋ ରାଜାଧାନୀ ଏଠାରେ ଦୀର୍ଘ ୮୩୨ ଖ୍ରୀଷ୍ଟାବ୍ଦରୁ ୧୮୦୩ ମସିହା ପର୍ୟ୍ଯନ୍ତ ଭଂଜବଂଶ ଶାସନ କରୁ ଥିଲେ। ଆଦିବାସୀ ପରାକ୍ରମ ନେତା ଦ୍ବୟ “କୁଲା” ଓ “ଡହ” ନାମରେ କୁଲାଡ ଆଜି ନାମିତ। ଭୋଗ ଓ ଯୋଗ ଦ୍ବାୟ ପୀଠ ମା ବ୍ଯଘଦେବୀଙ୍କ ଉପାସନା ପୀଠ ଓ କବିସମ୍ରାଟ ଉପେଂନ୍ଦ୍ର ଉଂଜଙ୍କ ଜନ୍ମସ୍ତାନ ଉଂଜଭୂମୀ ନାମରେ ପୂଜ୍ୟପୂଜା ସ୍ଥାଳୀ ରୂପେ ଦେଶବିଦେଶରେ ପ୍ରଖ୍ୟାତ ହାସଲ କରିପାରିଛି। କିନ୍ତୁ ଦୁଖର ବିଷୟ ଦେଶ ସାଧୀନ ହେବାର ୭୫ ବରଷ ବିତିବାକୁ ଲାଗିଲାଣି ଏହି କୁଲାଡର ବିକାଶ କବ୍ଯତି କଂକ୍ରିଟ ଜଂଗଲ ନିର୍ମାଣ ହେବା ବ୍ଯତୀତ ସାମାଜିକ, ଧାର୍ମିକ ଵୋଧୀକ, ମାନବ ସମ୍ବଳ ଓ ସାଂସ୍କୁୃତିକ ବିକାଶର ବହୁ ବିକାଶର ପଛ ଆଢୁଆଳରେ ଗତି କରୁଛି। ଓଡ଼ିଶା ସରକାର କୁଲାଡକୁ କାଗଜ କଲମରେ ପର୍ୟ୍ଯଟନ କେନ୍ଦ୍ର ଘୋଷଣା କରିଛି ସତ , ହେଲେ ସରକାରୀ ଯୋଜନା ଶାତସପନ । ସୁଚନା ଆଇନ ସୁତ୍ରରୁ ଜଣାପଡ଼େ ଏଠାରେ ଵ୍ୟାପକ ଦୁର୍ନିତିର ବାସନା ଆସୁଛି । ଏଠା କର ଵିଦ୍ୟାଳୟ, ମନ୍ଦିର ନିକଟ ଓ ରାଜ୍ୟ ସଡକ ପାଖରେ ସରକାରୀ ଦେଶୀ ମଦ୍ଯ ଦୋକାନ ଖୋଲା ଯାଇଅଛି ପ୍ରତି ଦିନ ମଦ୍ଯପୀ ମାନଙ୍କ ଭିଡ ହୁଏ ଓ ମନ୍ଦିର ସାମ୍ନାରେ ଅସ୍ଥାଇ ପନିପରିବା ଦୋକାନ ଖୋଲା ଯାଇଅଛି, ଭକ୍ତମାନଙ୍କ ଓ ଯାତ୍ରି ମାନଙ୍କ ଦିଅ ଦର୍ଶନ ଜିବାକୁ ଦିଆଯାଉନି, ଯାତ୍ରୀ ନିବାସ ଅଛି ଯାତ୍ରୀମାନ ଙ୍କୁ ବାରଣ କରାହୋଇଛି, ଵସ ରହଣୀ ସ୍ଥାନ ରେ ବିଶ୍ରାମଗାରା, ଶୌଚାଳାୟ ବା ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ଯାତ୍ରୀଗଣ ନାହିଁ ନଥିବା ହଟହଟା ହେବାକୁ ପଡେ, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଅଛି କୋଠାପରେ କୋଠା ନର୍ମାଣ ଚାଲିଛି ବିଗତ ୧୫ ବର୍ଷ ହେବ ଡାକ୍ତର ଖାନା ରେ ଡାକ୍ତର ନାହାଁନ୍ତି ସ୍ଥାନୀୟ ମେଡିସିନ ଦୋକାନୀ ଓ କୁଆକ୍କ ଦ୍ବାରା ରୋଗୀ ଚିକିତ୍ସା କରି ବହୁତ ରୋଗୀ ଅକର୍ମଣ୍ଯ ବା ମୁତ୍ଯୁ ବରଣ କରୁଛନ୍ତି, କବି ସମ୍ରାଟ ବିଦ୍ୟା ପୀଠ ଉଚ୍ଚ ବିଦ୍ୟାଳୟ ରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ଯୟନରତ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି ଦିନେ ଛଡା ଦିନେ ପାଠ ପଢାହୋଉଅଛି, ପଂଚାୟତରେ ତିନି ମହଲା କୋଠା ନର୍ମାଣ ନିୟମ ଖିଲାପ ଅଛି ହେଲେ ଏଠି ତିନି ମହଲା କୋଠା ନର୍ମାଣ ଜୋରଜାର ଚାଲିଛି ଯାହା ଜଗନ୍ନାଥ ମନ୍ଦିର ଭଲ ଭାବେ ଦିଶେନାହିଁ, ପୂରୀ ବଡଦାଣ୍ଡ ପରେ କୁଲାଡ ବଡଦାଣ୍ଡ ଦ୍ୱତୀୟ ହେଲେ ବର୍ତ୍ତମାନ ଅସାଧୁକଂ କବଜାରେ, ସହସ୍ରାଧିକ ଜମି ମନ୍ଦିର ସମୂହର ଥାଇ ମଧ୍ଯ୍ୟ ଅଧିକାଶଂ ଜମି ଦଖଲରେ ଅଛି, ମନ୍ଦିର ଗୁଡିକର ନୀତିକାନ୍ତ ଠିକ୍ ଭାବେ ହେଉନାହିଁ,ମନ୍ଦିର ପୂଜକଙ୍କୁ ଦୈନିକ ୩ଟଙ୍କା,ମାସକୁ ୯୦ଟଙ୍କା ପାରିଶ୍ରମିକ ମିଳେ ଯାନୀଯାତ୍ରା ପ୍ରସିଦ୍ଧ ଦୋଳଯାତ୍ରା,ରଥଯାତ୍ରା ଓ ପର୍ବପର୍ବାଣି ଗୁଡିକକୁ ଶଙ୍କୁଚିତ କରାଗଲାଣି,ମନ୍ଦିର ଅଗରେ ଦେବସ୍ୱ ଜମିରେ ଅବାଧ ରୂେପେ ବିଜୁଗ୍ରାମୀଣ ବଜାର ୨୨ଗୋଟି ବଖରା ନିର୍ମାଣ କରାଯାଇଛି ଯାହାସବୁ ଅସାଧୁଙ୍କ କବଜାରେ,୨୫ବର୍ଷରୁ ଉର୍ଦ୍ଧ୍ବରୁ ଅଧିକ ହେବ ମନ୍ଦିର ସମୂହର ବହୁ ମୂଲ୍ଯବାନ ଅଳଙ୍କାର ଅନ୍ତରରାଜ୍ୟ ଡକାୟତ ଦ୍ୱାରା ଚୋରି ହୋଇ ଯାଇଥିଲା ଯାହାରୁ ତଦନ୍ତ ଭଲ ଭାବେ ହୋଇନାହିଁ । କବିସମ୍ରାଟ ସଂସ୍କୃତ ଟୂଲ ଅଛି କାଗଜ କଲମରେ ସ୍କୁଲ କେବେବି ଖୋଲା ହେବାର ଦୃଷ୍ଟିଗୋଚର ହେଉନି, ବୁଣାକାର ସମବାୟ ସମିତି ଅଛି ୨୦୦ରୁ ଅଧିକ ବୁଣାକାର ପରିବାର ବୁଣାଲି କରି ବଚୁଂଥିଲେ ହେଲେ ବୁଣାକାର ନାହାନ୍ତି କି ତାଙ୍କର ହସ୍ତତନ୍ତ ନାହିଁ, ଗ୍ରାମରପୂର୍ବ ଦିଗରେ ବଡନଦୀ ଅବସ୍ତାପିତ ଯେଊଠି ଜନ ସାଧାରଣଙ୍କ ପାଇଁ ଯାତାୟତ ଓ ଜୀବିକ ନିମିତ ସୁଗମ ପାଇଁ ଏକ ନଦୀରେ ବ୍ରିଜ ଆବଶ୍ଯକ ଥିଲା କିନ୍ତୁ ଅନ୍ୟତ୍ର ହେଲା । ଭଜଂ ରାଜବଂଶ ଦ୍ବାରା ପ୍ରତିଷ୍ଠିତ ବ୍ରାହ୍ମଣ ଶାସନ ଗୁଡିକକୁ ସଂଯୋଗ ସହ ବାହାର ଜିଲ୍ଲାକୁ ଗମନାଗମନ ହୋଇପାରିଥାଆନ୍ତା ହେଲେ ଏହାର ଶତା ହଜିଗଲା, ବାଲିମଫିଆ ଏକ ଦଶନ୍ଧି ଧରି ବାଲି ବଡ ନଦୀରୁ ବାଲି ଚାଲାଣହେବା ଦ୍ୱାରା ବର୍ତ୍ତମାନ ବଡ ନଦୀ ବଡଗଣ୍ଡ ରୂପେପରିଗଣିତ ହୋଇଛି ପ୍ରତିଦିନ ଲୋକେ ଦୁର୍ଘଟଣା ବା ମ୍ରୃତ୍ୟୁହତ ହୋଊଛନ୍ତି, ବାଲିର ଘୋର ଅଭାବ ଦ୍ବାରା ସ୍ଥାନୀୟ ବାସିନ୍ଧା ଗ୍ରୁହ ନିର୍ମାଣ ପାଇଁ ବହୁତ ଦୂରକୁ ଯିବାକୁ ପଡୁଛି । ଗ୍ରାମର କୁପରେ ଜଳ ନାହିଁ, ଜଳର ଉତ୍କଟ ଅଭାବ ଦେଖା ଦେଊଛି, ପାନୀୟ ଜଳ ପାଇପ୍ ମାଧ୍ଯମ ଯୋଗାଣ କରାଯାଉଛି କିନ୍ତୁ ସମୁଦ୍ରକୁ ଶଙ୍ଖେ ରୂପେ, ଭଜଂ ରାଜବଂଶ ଓ ପରିବାର ଉପେରେ ବହୁ ପୁଷ୍ପରଣୀ ଆବାହନ କାଳରୁ ଅଛି ରାଣୀ ବନ୍ଧ, ଖଣ୍ଡା ଧୁଆ ବନ୍ଧ, ରାଜଗୁଡା ବନ୍ଧ,ବଡ ବନ୍ଧ,ବାରି ବନ୍ଧ,ନେଳିଆ ବନ୍ଧ,ଇତ୍ୟାଦି କିନ୍ତୁ ବିଗତ ଦସନ୍ଧି ଧରି ଉକ୍ତ ପୋଖରୀରେ ମାଛ ଚାଷ ଦ୍ୱାରା ସମ୍ପୂର୍ଣ୍ଣ ପୋଖରୀ ନଷ୍ଟ ହେବା ସହ ଜନସାଧାରଣ ବ୍ୟବହାର ଆସୁନାହିଁ। ୧୦୦ରୁ ଉର୍ଦ୍ଧ୍ବ କିରାଣୀ ଦୋକାନ, ୫୦ରୁ ଉର୍ଦ୍ଧ୍ବ ପନିପରିବା ଦୋକାନ, ୫୦ରୁ ଉର୍ଦ୍ଧ୍ବ ହୋଟେଲ ଓ ଫାଷ୍ଟ ଫୁଡ୍ ଦୋକାନ ଗୁଡିକର ଦୈନିକ ଆବର୍ଜନା ମନ୍ଦିର ଉତ୍ତର ଦିଗ, ରଥ ଚକଡାରେ ଅବାଧରୂପେ ପକାନ୍ତି ଓ ଗ୍ରାମର ସବୁ ନାଳନର୍ଦମା ଆବର୍ଜନା ଦ୍ବାରା ପୋତିହେବା ଫଳରେ ଅସ୍ୱାସ୍ତିକର ପରିବେଶରେ ଆଛାଧିତ କରିଥାଏ, ୫୫ଏକର ଗୋଚର ଜମି ନେତାଙ୍କ କବଜାରେ, ରଜବଶଂର ନହର ପ୍ଲଟ ବେଆଇନ ବିକ୍ରୟ ହେଉଛି, ବେସରକାରୀ ଉଦ୍ୟମ ରେ ବିଭିନ୍ନ ଅନୁଷ୍ଠାନ କୁ ନିରୁଛା ସହ ରାହାଜାନୀ ଘୁମୁସର ମାଟି କୁଲାଡ। ଏହି ଅଚଂଳର ସାମୁହିକ ବିକାଶ ଓ ପୁନଃଧ୍ଧର ଆବଶ୍ଯକ ହେବାପାଇଁ ବୁଦ୍ଧିଜୀବୀ ଙ୍କ ମହଲରେ ଦାବୀ ହେଉଅଛି।

related posts

Leave a Comment