Home Breaking News / ତାଜା ଖବର ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ ଜବତ-ପାଞ୍ଚ ଜଣ ଗିରଫ

ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ ଜବତ-ପାଞ୍ଚ ଜଣ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୋରଡା ପୋଲିସ ପେଟ୍ରଲିଙ୍ଗ ସମୟରେ ବେଆଇନ ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ ଯାଉଥିବା ଅଟୋର ଯାଞ୍ଚ କରାଯାଇଥିଲା । ପରେ ଜଣାପଡିଥିଲା ଏସବୁ ଚୋରି ଜିନିଷପତ୍ର । ଏକ ତିନିଚକିଆ ଟେମ୍ପ ରେ ଶତାଧିକ ସୋଲାର ପ୍ଲେଟ ମୋରଡା ପୋଲିସ ହାବୁଡ଼ରେ ପଡିଥିଲା । କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା କିନ୍ତୁ କୈ।ଣସି କାଗଜପତ୍ର ଦେଖାଇ ପାରିନଥିଲେ । ତେବେ ଏନେଇ ପାଞ୍ଚ ଜଣ ଙ୍କୁ ଗିରଫ କରାଯାଇଛି । ଗିରଫ ପାଞ୍ଚ ଜଣ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ କୃଷ୍ଣ ବାଗରାୟ,ବିଭୁତି ପ୍ରସାଦ ନାୟକ,ସୂର୍ଯ୍ୟକାନ୍ତ ନାୟକ ,ମଣ୍ଟୁ ନାୟକ ଓ ପ୍ରବେଶ୍ୱର ନାୟକ ।
ଚିକିଟାମାଟିଆ ଗାଁରେ ସରକାରୀ ସ୍ତରରେ ଲାଗିଥିବା ସୋଲାର ପ୍ଲେଟ କୁ ଚୋରି କରି ଖୁଣ୍ଟା କୁ ନେଉଥିଲେ । ପୋଲିସ ତଦନ୍ତ ପରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କହିଛନ୍ତି ମୋରଡା ଓଆଇସି ପଦ୍ମଲୋଚନ ପାଣିଗ୍ରାହୀ । ତେବେ ମୋରଡା ରେ ଓଆଇସି ପଦ୍ମଲୋଚନ ପାଣିଗ୍ରାହୀ ଯୋଗ ଦେବା ପରେ ଅନେକ ଚୋରା ବାଲି ଗାଡି,ମୋରମ୍ ଗାଡି ସହିତ ବିଭିନ୍ନ ଚୋରା ଚାଲାଣ ହେଉଥିବା ଗାଡି ଜବତ ସହିତ ଅଞ୍ଚଳରେ ଅନେକ ଅପରାଧ ମଧ୍ୟ କମିଥିବା ଜଣାପଡିଛି । ତେବେ ଚୋରା ମଦ ବେପାରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୋଲିସ କୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

related posts

Leave a Comment