Home Breaking News / ତାଜା ଖବର ନରସିଂହପୁରରେ ୨ଟି ପଞ୍ଚାୟତରେ ୨କୋଟି ଟଙ୍କାର ପ୍ରୋଜେକ୍ଟ ଉଦଘାଟନୀ ଓ ଶିଳାନ୍ୟାସ : ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବଣ୍ଟନ ଓ ଶିଳାନ୍ୟାସ

ନରସିଂହପୁରରେ ୨ଟି ପଞ୍ଚାୟତରେ ୨କୋଟି ଟଙ୍କାର ପ୍ରୋଜେକ୍ଟ ଉଦଘାଟନୀ ଓ ଶିଳାନ୍ୟାସ : ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବଣ୍ଟନ ଓ ଶିଳାନ୍ୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା): ନରସିଂହପୁର ରେ ଆଜି ଅପରାହ୍ନରେ ଅଢ଼େଇଗୁଣ୍ଡି ଓ ସାଗର ପଞ୍ଚାୟତ ରେ ପ୍ରାୟ ୨କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ ଓ ଉଦଘୋଷଣ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ସମାହିତ ହୋଇଛି । ଏହି ଉଭୟ ସ୍ଥାନରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର , ବିଡ଼ିଓ ଶ୍ରୀ ପ୍ରଦୀପ ସାହୁ , ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମ୍ୟ ସଭାପତି ମାନେ ସାମିଲ ହେଇଥିଲେ । ୨ଟି ପଞ୍ଚାୟତ ରେ 5T କାର୍ଯ୍ୟକ୍ରମ ରେ ଅନୁମୋଦିତ ୨ଟି ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରିକରଣ କାର୍ଯ୍ୟକ୍ରମ ଶିଳାନ୍ୟାସ ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ର ଡିଜିଟାଲ ସ୍ମାର୍ଟ କାର୍ଡ ବଣ୍ଟନ ଶ୍ରୀ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା ।

ଅଢେଇଗୁଣ୍ଡି ରେ ନରସିଂହ ସାମନ୍ତରାୟ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଭାରେ ପ୍ରଧାନ ଶିକ୍ଷକ , ସ୍ଥାନୀୟ ସରପଞ୍ଚ ପ୍ରେମ ସୁନ୍ଦର ବାରିକ, ସମିତି ସଭ୍ୟ ଶ୍ରୀ ବସନ୍ତ ସାହୁ, ଆଇନଜୀବୀ ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ସାଗରରେ ବିଦ୍ୟାଧର ଶତ୍ରୁଜିତ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲର ଶିଳାନ୍ୟାସ ଓ ନବ ନିର୍ମିତ ପ୍ରକୋଷ୍ଠ ପ୍ରଭୃତିର ଲୋକାର୍ପଣ ପରେ ନୋଡାଲ ସ୍କୁଲ ପରିସରରେ ଏକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀମତୀ ପ୍ରମୋଦିନି ପ୍ରଧାନ , ସମିତି ସଭ୍ୟ ଶ୍ରୀ ପୁନିଆ ସାହୁ , ଗ୍ରାମ୍ୟ ସଭାପତି ଶ୍ରୀ ଚନ୍ଦ୍ରମଣି ସାହୁ, ମୋ ସ୍କୁଲ ଅଭିଯାନ ଓ ପୁରାତନ ଛାତ୍ର ଛାତ୍ରୀ ସଂଘର ସଭାପତି ଶିକ୍ଷାବିତ ଶ୍ରୀ ଚନ୍ଦ୍ରମଣି ସାହୁ ଓ ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହାପରେ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ ବିଧାୟକଙ୍କ ଦ୍ଵାରା କରାଯାଇଥିଲା ।

ଏହା ପରେ ସାଗରରେ ଏକ କଲ୍ୟାଣ ମଣ୍ଡପ ଓ ମହିଳା ଗୋଷ୍ଠୀ ଗୃହର ଲୋକାର୍ପଣ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା କରାଯାଇଥିଲା । ସ୍ବର୍ଗତ ଅମୀୟ ପଣ୍ଡାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗ୍ରାମ୍ୟ କମିଟିର ଆହ୍ୱାନରେ କୁଲଣ ସମ୍ମାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଧାୟକ, ଅଧ୍ୟକ୍ଷ , ସର୍ବଶ୍ରୀ ଉତ୍ସବ ସାହୁ, ଚନ୍ଦ୍ରମଣି ସାହୁ, ବସୁଦେବ ପ୍ରଧାନ, ଅଜୟ ପଣ୍ଡା, ସ୍ଥାନୀୟ ଜନ ପ୍ରତିନିଧି , ପାଖ ଆଖ ଗାଁ ରୁ ଆସିଥିବା ମୁରବୀ ମାନେ ଯୋଗଦେଇଥିଲେ । ସ୍ବର୍ଗତ ପଣ୍ଡାଙ୍କ ସ୍ମୃତିରେ ପ୍ରତିବର୍ଷ ସ୍ମାରକୀ ପୁରସ୍କାର ଓ ମେଡ଼ିକାଲରେ ବେଡ଼ ସହ ସ୍ମୃତି ମଣ୍ଡପ ପାଇଁ ଯୋଗାଣ କରାଯାଇଥିଲା ।ବିଧାୟକ ଶ୍ରୀ ମିଶ୍ରଙ୍କର ଏଭଳି ଜନହିତକର କାର୍ଯ୍ୟ ପାଇଁ ସମସ୍ତେ ଭୁୟସୀ ପ୍ରଶଂସା କରିଛନ୍ତି |

related posts

Leave a Comment