Home Breaking News / ତାଜା ଖବର ସେବା କରିବା ପାଇଁ ଅଭିନବ ଉପାୟ ଆଜିକୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ଶବକୁ କାଠ ଦାନ

ସେବା କରିବା ପାଇଁ ଅଭିନବ ଉପାୟ ଆଜିକୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ଶବକୁ କାଠ ଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୭/୧୨-(ଧନେଶ୍ବର ରାଉତ)-ମନ ଥିଲେ ସବୁ କରି ହେବ ବୋଲି ପ୍ରମାଣିତ କରିଛନ୍ତି ରାୟଗଡ ର ଜେ ଏସ କୋ ର ସେବାଦଳ। ଆଜକୁ ପ୍ରାୟ ୨ ବର୍ଷ ହେବ ରାୟଗଡ ଜିଲ୍ଲାର ସଦର ମହକୁମାର ଆଖ ପାଖରେ ପାଞ୍ଚଟି ସ୍ମଶାନ ରହିଛି । ଗରିବ ଧନୀ ତାରତମ୍ୟ ନ ରଖି ସମ୍ପୂର୍ଣ୍ଣ ମାଗଣାରେ ଶବ ଦାହ କରିବା ପାଇଁ ଜାଳେଣି କାଠ ପ୍ରଦାନ କରିଛନ୍ତି। ଏହି ମହତ କାମ ଆଦିବାସୀ ନେତା ଆଦିବାସୀ ମହାସଂଘର ସଭାପତି ଆପଲସ୍ୱାମୀ କାଡ୍ରକା ଙ୍କ ଉତ୍ସାହରେ ସମ୍ଭବ ହୋଇପାରିଛି ବୋଲି ଜେ ଏସ କୋ ଅଂଚଳ ବାସୀ କହିଛନ୍ତି। କରନା କଟକଣା ପୂର୍ବରୁ ଯଥା ମାର୍ଚ୍ଚ ୨୨ ୨୦୨୦ ରେ ଆରମ୍ଭ ହୋଇଥିଲା। ଯାହାକି ଆଜକୁ ୩୦୦ ରୁ ଉର୍ଦ୍ଧ ଲୋକ ଙ୍କୁ ଏହି ସେବା ପ୍ରଦାନ କରାଯାଇଛି। ଏହି ଅଭିନବ ପ୍ରୟାସ ଯୋଗୁଁ ଅନେକ ଲୋକ ସାହାଯ୍ୟ ପାଉଥିବା ଜଣା ପଡ଼ିଛି। ସ୍ଥାନୀୟ ଯୁବକଙ୍କୁ ନେଇ ଏହି କାଠ ସଂଗ୍ରହ କରାଯାଉଛି ଓ ଏହା ଘନ ଜଙ୍ଗଲରୁ ସଂଗ୍ରହ ନକରି ରାସ୍ତା ଘାଟରେ କଟା ଯାଇଥିବା ଗଛ ପବନ ବାତ୍ୟାରେ ପଡି ନଷ୍ଟ ହେଉଥିବା ଗଛକୁ କାଟି ସଂଗ୍ରହ କରି ଗଛିତ ରଖି ଏହାକୁ ଆବଶ୍ୟକ ଥିବା ଲୋକଙ୍କୁ ଦେବାରେ ଅତି ଆନନ୍ଦ ହେଉଛି ବୋଲି ଶ୍ରୀ କାଡ୍ରାକା ବାବୁ କହୁଛନ୍ତି। ଆଜି ଏକ ନୂତନ ସେଡ଼ ଉଦଘାଟନ କରିବା ପାଇଁ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମ ଜୀ ଙ୍କ ନେତୃତ୍ୱରେ ଉଦଘାଟନ ହୋଇଥିଲା। କାରଣ ବର୍ଷା ହେଲେ କାଠ ଭିଜି ଯାଉଥିବା ଯୋଗୁଁ ଲୋକ ମାନେ ଉଦା କାଠ ନେଇ ହଇରାଣ ହେଉଥିଲେ ସେଥି ଯୋଗୁଁ ଶୁଖିଲା କାଠ ଯୋଗେଇବାକୁ ଏହି ସେଡ଼ ଯୋଗାଇବା ଯୋଜନାରେ କରାଯାଇଛି। ଏହି ସେବାପାଇଁ ଅଂଚଳର ଏକ ସହରୁ ଅଧିକ ଯୁବକ ମାନେ ନିସ୍ୱାର୍ଥ ପର ସେବା ଯୋଗାଇବା ପାଇଁ ସହଯୋଗ କରୁଛନ୍ତି। ଏହି ସେବାରେ ସମାଜ ସେବୀ ତାବିଟି ରାମୁ (ଜେମ୍ସ ମିଳିନୀୟମ) କଲେଜର ପରିଚାଳକ ଓ ଅନେକ ଲୋକ ସହଯୋଗ କରିଥିଲେ।

related posts

Leave a Comment