Home Breaking News / ତାଜା ଖବର ବଡ଼ମ୍ବା ବଡ଼ବାରସିଂହ ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ, ଅନ୍ୟ ଦଳରୁ ଆସି ଶତାଧିକ କର୍ମୀ ବିଜେଡିରେ ସାମିଲ

ବଡ଼ମ୍ବା ବଡ଼ବାରସିଂହ ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ, ଅନ୍ୟ ଦଳରୁ ଆସି ଶତାଧିକ କର୍ମୀ ବିଜେଡିରେ ସାମିଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା ) : ବଡ଼ମ୍ବା ବ୍ଲକର ବଡ଼ବାରସିଂହ ଗ୍ରାମ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ସଂଲଗ୍ନ ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମାନ୍ୟବର ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇଥିଲେ |ବ୍ଲକ ସଭାପତି ଶ୍ରୀ ରବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ , ବଡ଼ବାରସିଂହ ପଞ୍ଚାୟତ ର ସଭାପତି ଶ୍ରୀ ମଙ୍ଗୁଳି ସାହୁ ପ୍ରମୁଖ ଯୋଗଦେଇଥିଲେ । ବିଜେଡିର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ଅଭୟ ସାହୁ , ଯୁବ ନେତା ସୁଧାକର ସାହୁ ( ସ୍ୱାଧୀନ) ଙ୍କ ଠାରୁ ନେଇ ଶ୍ରୀ କାହ୍ନୁ ବେହେରା, ଲୋକନାଥ ପ୍ରଧାନ, ନବଘନ ସ୍ୱାଇଁ, ଜୟନ୍ତ ସ୍ୱାଇଁ, ବାନାମ୍ବର ପ୍ରଧାନ, ରାମଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ଦାସ, ରମେଶ ରଥ (ବଖଡ଼) ,ପ୍ରଭାସ ସାହୁ, ଶରତ ସାହୁ, ଭୁବୁନି ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଅନ୍ୟଦଳରେ ଥିବା କର୍ମୀ ନେତାମାନେ ସାମିଲ ହେଇଛନ୍ତି ଏବଂ ତାଙ୍କ ସାଙ୍ଗରେ ଶତାଧିକ ସମର୍ଥକ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳ ବିକାଶ ପାଇଁ କିଭଳି ପ୍ରୟାସ କରୁଛି ଏବଂ ଏକ ଉନ୍ନତ ସ୍ତରକୁ ଭିତ୍ତିଭୂମି କୁ ଆଣିଛି ଏବଂ ବଡ଼ବାରସିଂହ ପଂଚାୟତ ରେ କିଭଳି ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନିଆଯାଉଛି ତାହା ବିଧାୟକ ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ । ବଡ଼ବାରସିଂହ ପଂଚାୟତ ରେ ଏହି ମିଶ୍ରଣ ଦ୍ୱାରା ବିଜୁ ଜନତା ଦଳ ଆହୁରି ଶସକ୍ତ ହେଲା ଖୋଲା ମନରେ ମିଶିଥିବା କର୍ମୀ ଓ ନେତା ମାନେ ବିଜୁ ଜନତା ଦଳର ତଥା ପଞ୍ଚାୟତ ର ବିକାଶ କାର୍ଯ୍ୟକ୍ରମ ରେ ସାମିଲ ହେବେ ବୋଲି ଶପଥ ନେଇଥିଲେ । ସଭାପତି ଶ୍ରୀ ରବୀନ୍ଦ୍ର ସାହୁ ସମସ୍ତଙ୍କୁ ଶଙ୍ଖ ଚିହ୍ନର ଉତ୍ତରୀୟ ଦେଇ ସମ୍ବୋଧିତ କରିଥିଲେ ଏବଂ ଆନୁଷ୍ଠାନିକ ଭାବେ ଯେଉଁମାନେ ଅନ୍ୟଦଳରେ ଥିଲେ ଏବଂ ଯେଉଁ ମାନେ ଗଲା ପଞ୍ଚାୟତ ନିର୍ବାଚନରେ ଛାଡି ଚାଲି ଯାଇଥିଲେ ସେମାନେ ମିଶିଲେ ବୋଲି ଯୁବ ନେତା ସ୍ୱାଧୀନ ସାହୁ ପ୍ରକାଶ କରିଥିଲେ । ମଙ୍ଗୁଳି ସାହୁ ଓ ବିଜେଡିର ସାଥି ମାନେ ସେମାନଙ୍କୁ ସ୍ୱାଗତ କରିଥିଲେ

related posts

Leave a Comment