Home Breaking News / ତାଜା ଖବର ଡିସେମ୍ବର 16କୁ ପୁରିଲା ୨୧ ବର୍ଷ ପୁରିଲା ପାଳିତ ହେଲା ସହିଦ ଦିବସ

ଡିସେମ୍ବର 16କୁ ପୁରିଲା ୨୧ ବର୍ଷ ପୁରିଲା ପାଳିତ ହେଲା ସହିଦ ଦିବସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା-୧୬/୧୨-(ଧନେଶ୍ବର ରାଉତ): ରାୟଗଡା ଜିଲା କାଶିପୁର ବ୍ଲକ ଆଜି ର ଦିନରେ ମାଇକଞ୍ଚ ଗୁଳି କାଣ୍ଡର ଆଜକୁ ଦୀର୍ଘ 21ବର୍ଷ ବିତିଯାଇଛି, 2000ମସିହା ଡିସେମ୍ବର 16ତାରିଖ ଦିନର ଛାତି ଥରା ଭଳି ଘଟଣା ଯାହା ସାରା ଭାରତ ବର୍ଷ ପାଇଁ ଚର୍ଚ୍ଚାର ବିଷୟ ବସ୍ତୁ ପାଲୋଟି ଯାଇଥିଲା । କମ୍ପାନୀକୁ ଜମି ନଦେବା ପାଇଁ ନିଜ ଜୀବନକୁ ବାଜି କରିଥିଲେ ତିନିଜଣ ପୋଲିସ ଗୁଳିରେ ମୃତ୍ୟୁ ସହ ବହୁତ ଗୁରୁତର ହୋଇପଡ଼ିଥିଲେ | ଉତ୍କଳ ଆଲୁମିନା ଇଣ୍ଟେରନେଶନାଲ ଲିମିଟେଡ଼ କମ୍ପାନୀ ତରଫରୁ ବଫଲା ମାଳି ବକ୍ସାଇଟ ଖନନ କୁ ନେଇ ଉତ୍ତେଜନା ଲାଗିରହିଥିଲା । ସେହି ସମୟରେ କମ୍ପାନୀ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଥିବା ତିକ୍ତତା ମଧ୍ୟ ସେହି ସମୟରେ ପଦାକୁ ଆସିଥିଲା |
ସୂଚନାଯୋଗ୍ୟ ଜେ ବକ୍ସାଇଟ ଖଣି ଖନନକୁ ବିରୋଧ କରି ଡିସେମ୍ବର 20 ତାରିଖ2000ମସିହା ଦିନ ବଫଲା ମାଳି ସୁରକ୍ଷା ମଞ୍ଚ ତରଫରୁ ଡାକରା ଦେଇଥିଲେ ହେଲେ ରୂପକଣା ଛକ ଠାରେ ଚକା ଜାମ ସହ ରାସ୍ତା ରୋକ କରିବାର ଥିଲା ଉକ୍ତ ବନ୍ଦ ଡାକରା କୁ ସଫଳ କରିବା ପାଇଁ କମ୍ପାନୀ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁ ଡିସେମ୍ବର 15ତାରିଖ ଦିନ ରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡକା ଯାଇଥିଲା | ନୂଆ ଗାଁ ଯିବାକୁ ହେଲେ ମାଇକଞ୍ଚ ରାସ୍ତା ପଡେ 15ତାରିଖ ଦିନ ସେହି ରାସ୍ତାରେ ବୈଠକ କୁ ଯିବା ସମୟରେ ବାଫାଲା ମାଳି ସୁରକ୍ଷା ତରଫରୁ ଦୁଇ ଗୋଷ୍ଠୀ ସହ ଗଣ୍ଡଗୋଳ ହୋଇଥିଲା ଓ ତାହା ଉଗ୍ର ରୂପ ଧାରଣ କରିଥିଲା |ସେହି ସମୟରେ ବହୁତ ଜଣ ଙ୍କୁ ଆଘାତ ଲାଗିଥିଲା ସେଥିରୁ ସାମ୍ବାଦିକ ମଧ୍ୟ ବାଦ ପଡିନଥିଲେ |ଏ ନେଇ କାଶୀପୁର ଥାନା ରେ ଏକ ମାମଲା ରୁଜୁ ହୋଇଥିଲା, ଡିସେମ୍ବର 16ତାରିଖ ଦିନ ପୋଲିସ ଫୋର୍ସ ସହ ମାଇକଞ୍ଚ ଗ୍ରାମକୁ ଯାଇ ଯେଉଁ ମାନଙ୍କ ନାମରେ ଏତଲା ଦାଏର ହୋଇଥିଲା ସେମାନଙ୍କୁ ଗିରଫ ପାଇଁ ପୋଲିସ ଚେଷ୍ଟା କରିଥିଲା କିନ୍ତୁ ପୂର୍ବରୁ ମାଇକଞ୍ଚ ଗ୍ରାମରେ ତିନି ରୁ ଚାରି ହଜାର ବିରୋଧୀଙ୍କ ମେଳି ଚାଲିଥିଲା.. ପୋଲିସ ଓ ବିରୋଧୀଙ୍କ ମଧ୍ୟରେ କଥା ଏମିତି ଉଗ୍ର ରୂପ ଧାରଣ କରିଥିଲା ଜେ ପୋଲିସ ଶେଷରେ ଗୁଳି ବିନିମୟ କରିଥିଲେ ଉକ୍ତ ଗୁଳିରେ ତିନିଜଣ ଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା |ମାଇକଞ୍ଚ ଗ୍ରାମର ଅଭିଳାଷ ଝୋଡିଆ ଓ ବାଗରୀ ଝୁଲା ଗ୍ରାମର ଦୁଇଜଣ ଦାମୋଦର ଝୋଡିଆ ଓ ରଘୁନାଥ ଝୋଡିଆ ଙ୍କ ମୃତ୍ୟୁ ସହ ବହୁତ ଜଣ ଗମ୍ଭୀର ରୂପରେ ଆହତ ହୋଇଥିଲେ। ପୋଲିସ କର୍ମଚାରୀ ମାନେ ମଧ୍ୟ ଆହତ ଥିବା ବେଳେ ପୋଲିସ ଗାଡ଼ିକୁ ମଧ୍ୟ ଜାଳି ଦେଇଥିବା କୁହାଯାଇଛି। ଏଥି ପାଇଁ ଡିସେମ୍ବର 16 ତାରିଖ କୁ ସହିଦ୍ ଦିବସ ରୁପେ ପାଳନ କରିଆସୁଛନ୍ତି ଅଞ୍ଚଳ ବାସୀ।

related posts

Leave a Comment