Home Breaking News / ତାଜା ଖବର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପ୍ରଦାନ ନିମନ୍ତେ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପ୍ରଦାନ ନିମନ୍ତେ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୬/୧୨-(ଧନେଶ୍ବର ରାଉତ): ରାୟଗଡ ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ଏକ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ବିଚାରକ ଲକ୍ଷ୍ମୀନାରାୟଣ ବେହେରା, ଶିବନାରାୟନ ମିଶ୍ର ଓ ପ୍ରଶାନ୍ତ ନାୟକ ପରିଚାଳନା କରିଥିଲେ । ଏହି ପରୀକ୍ଷା ରେ 37 ଜଣ କଳାକାରଙ୍କ ମଧ୍ୟରୁ 27ଜଣ କଳାକାର ଉପସ୍ଥିତ ରହି ନିଜର କଳା ଚତୁର୍ଯ୍ୟ ପରିବେଷଣ କରିଥିଲେ । କଳାକାର ମାନେ ସେମାନଙ୍କ କଳା ପରିବେଷଣ କରିବେ ପରେ ସେମାନଙ୍କ ନାମ ଜିଲ୍ଲା ସ୍ତରରୁ ରାଜ୍ୟକୁ ପଠାଯାଇ କଳାକାର ଭତ୍ତା ନିମନ୍ତେ ସୁପାରିଶ କରାଯିବାକୁ ସ୍ଥିର କରାଗଲା । ସେହିପରି ଆଜ ତା ୧୫/୧୨/୨୧ରିଖଦିନ ଗୁଣପୁର ଉପଖଣ୍ଡର ଗୁଣପୁର,ଗୁଡ଼ାରି, ପଦ୍ମପୁର,ରାମନଗୁଡା ବ୍ଲକରୁ 68 ଜଣ କଳାକାର ଯୋଗ ଦେଇ ଥିଲେ । ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପଖଣ୍ଡସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣି ନିମାକା, ବିଚାରକ ଭାବେ ଶ୍ରୀ କୈଳl ଶ ଚନ୍ଦ୍ର ଦାସ, ଶ୍ରୀ ଶିବ ପ୍ରସାଦ ଦାସ, ଶ୍ରୀ ତ୍ରିଲୋଚନ ସାହୁ ଯୋଗ ଦେଇଥିଲେ । ଶ୍ରୀ ଅନନ୍ତ ପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ କଳାକାର ମାନଙ୍କ ଭତ୍ତା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପଠାଯିବାକୁ ସ୍ଥିର କରାଯାଇଛି । ଶ୍ରୀ ଡମ୍ବରୁ ଧର ପଣ୍ଡା, ଶ୍ରୀ ଧନଞ୍ଜୟ ବେହେରା, ଗ୍ରନ୍ଥାଗାରିକ, ଶ୍ରୀ କାହ୍ନୁ ପ୍ରଧାନ, ଶ୍ରୀ ରାଜେନ୍ଦ୍ର ଦୋରା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।

related posts

Leave a Comment